ପ୍ରସନ୍ନଙ୍କୁ କାଉଣ୍ଟର କଲେ ସମୀର, କହିଲେ ଏବେ ବି ବିଜେଡି ମଧ୍ୟରେ…

ଭୁବନେଶ୍ୱର,୭ା୧୦: ବିଜେଡିର ବରିଷ୍ଠ ନେତା ତଥା ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି।

ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ କଡ଼ା ସମାଲୋଚନା କରିଛନ୍ତି ସମୀର। ସେ କହିଛନ୍ତି, ଆପଣଙ୍କ ଦଳର ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ବୀକାର କରିପାରୁ ନାହାନ୍ତ। ଭାଜପାର ଲୋକକଲ୍ୟାଣରେ ଇର୍ଷାନ୍ବିତ ହୋଇ ପ୍ରସନ୍ନ ଏପରି ମନ୍ତବ୍ୟ ଦେଉଥିବା ସମୀର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁଙ୍କ ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ନିଜ କଥା ନା ପାର୍ଟିର। ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି କି ବୋଲି ସମୀର ପ୍ରସନ୍ନଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଏବେ ବି ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ରହିଥିବା ଦିବାଲୋକରେ ସ୍ପଷ୍ଟ ଜଣାପଡୁଛି।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ଭାଜପାକୁ ଟାର୍ଗେଟ କରିଥିଲେ ବିଧାୟକ ପ୍ରସନ୍ନ। ଦଳକୁ ମଜଭୁତ କରିବାକୁ ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ନାଁ ନ ନେଇ ପ୍ରସନ୍ନ ତେର୍ଚ୍ଛାବାଣ ମାରିଥିଲେ। ସେ କହିଥିଲେ, ଏଠି ଚାରିଟା ସରକାର, ରାଜ୍ୟ କେମିତି ଚାଲିବ? ମୁଖ୍ୟମନ୍ତ୍ରୀ ଗୋଟିଏ ନିଷ୍ପତ୍ତି ପାଇଁ ଚାରିଜଣଙ୍କୁ ପଚାରୁଛନ୍ତି। ସେ ଆହୁରି କହିଥିଲେ, ଆମର ଗୋଟିଏ ସରକାର, ନବୀନ ପଟ୍ଟନାୟକ ଯାହା କହିଲେ ଆମେ ମାନିଲୁ। ୪ଟା କଥାରେ ସରକାର କିପରି ଚାଲିବ। ଗୋଟିଏ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଜଣଙ୍କୁ ପଚାରିବାକୁ ପଡୁଛି। ମାସ ମାସ ଫାଇଲ ପଡ଼ିରହୁଛି। ତେବେ ସରକାର ପରିବର୍ତ୍ତନ ଗଣତନ୍ତ୍ରର ନିୟମ। ସିଏ ଅଧିକ ଭୋଟ୍‌ ପାଇଲେ ସରକାର ଗଢ଼ିଲେ, ଆମେ କମ୍‌ ଭୋଟ ପାଇଲୁ ବିରୋଧୀ ଦଳ ହେଲୁ। ଶୁଣିକି ଆଶ୍ଚର୍ଯ୍ୟ ହେବେ, ଶାସନ ହାତରୁ ପଳାଇଲା ହେଲେ ବି ଆମେ ଅଧିକ ଭୋଟ ପାଇଛୁ। ଇଲେକ୍ସନ କମିଶନର ଯେଉଁ ତାଲିକା ପ୍ରକାଶ କରିଛନ୍ତି, ସେଥିରେ ବିଜେଡି ଅଧିକ ଭୋଟ ପାଇଥିବା ଜଣାପଡ଼ିଛି। ତେବେ ଆପଣ ଭାବୁଥିବେ ଅଧିକ ଭୋଟ୍‌ ପାଇ ଆମେ କିପରି ସରକାର ଗଠନ କରିପାରିଲୁ ନାହିଁ। ତେବେ ବହୁତ ଜାଗାରେ ତ୍ରୁଟି ହୋଇଛି, ଯଦି ଗୋଟିଏ ଜାଗାରେ ୨୫ ହଜାର ଭୋଟରେ ଜିତିଛୁ, ପୁଣି କେଉଁ ଜାଗାରେ ୫ଟା ଭୋଟରେ ହାରିଛୁ। ଏ ନେଇ ଆମ ସିଟ୍‌ କମିଲା, ଆମେ ବିରୋଧୀ ଦଳରେ ରହିଲୁ। ତେବେ ଦୁଃଖ ଲାଗୁଛି, ଯେଉଁ ଆଶା ଦେଇ ଭାଜପା ନିର୍ବାଚନ ଜିତିଲା ସୁଭଦ୍ରା କହି ଠକିଦେଲା। ୫୦ ହଜାର କହି ୫ ବର୍ଷରେ ଦେବ କହିଲା। ବିଜୁଳି ବିଲ୍‌ ୩୦୦ ୟୁନିଟ ଛାଡ଼ କହି ସୋଲାର ଲାଇଟ୍‌ ଲଗେଇବ। ଯାହାର ଚାଳଛପର ଘର, ସେ ବି ସୋଲାର ଲଗେଇବ। ଯିଏ ସୁଭଦ୍ରା ମା’କୁ ଠକିଲେ, ସେ ଜଗନ୍ନାଥଙ୍କୁ ମଧ୍ୟ ଠକିଦେବେ।

ପ୍ରସନ୍ନଙ୍କ ଏହି କଥା ପରେ ସମୀର ତାଙ୍କୁ କାଉଣ୍ଟର କରି ଉପରୋକ୍ତ କଥା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ୯ରେ SHG ମହିଳାଙ୍କୁ…

ଭୁବନେଶ୍ୱର,୭।୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ୧ ଟଙ୍କା ଯାଇଛି। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ ଆସିଛି।...

ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୭ା୧୦: ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନକ୍ସଲ ଅପରେଶନ ତୀବ୍ର କରିବାକୁ ୧୨ କମ୍ପାନୀ ଫୋର୍ସ ମାଗିଲେ...

ଆକାଉଣ୍ଟକୁ ଆସିଲା ‘ସୁଭଦ୍ରା’ର ୧ ଟଙ୍କା, ୯ରେ ଆସିବ ଆଉ…

ଭୁବନେଶ୍ୱର,୭ା୧୦: ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କାଟିଏ  ଆସିଛି। ୯...

ଚକଦର ପ୍ରକଳ୍ପକୁ ନେଇ ତେଜିଲା ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇଠାରେ ପ୍ରସ୍ତାବିତ ଚକଦର ପ୍ରକଳ୍ପକୁ ବିରୋଧ କରି ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘରାଉ କରାଯାଇଛି। ସମାକୋଇ ଚକଦର ପ୍ରକଳ୍ପ...

ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ସୁନ୍ଦରଗଡ଼,୭।୧୦(ଜୟନାରାୟଣ ମେଣ୍ଡୁଳି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଜି ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ର ୧ ଟଙ୍କା, ୯ ତାରିଖରେ କେଉଁମାନଙ୍କୁ ମିଳିବ ଜାଣି ରଖନ୍ତୁ…

ଭୁବନେଶ୍ୱର,୭ା୧୦: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ସୋମବାର ବ୍ୟାଙ୍କ ଖାତାକୁ ଆସିବ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରୀଡ଼ା।...

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri