ପିସିସି ସଭାପତିଙ୍କ ପ୍ରତିକ୍ରିୟାକୁ ସମାଲୋଚନା କଲେ ସମୀର

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ସମର୍ଥନ କରିବନାହିଁ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
ଶରତଙ୍କ ଏଭଳି ପ୍ରତିକ୍ରିୟାକୁ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୟୁରଭଞ୍ଜ ଭଳି ଏକ ଅଖ୍ୟାତ ପଲ୍ଲୀରୁ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏହା ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ। ମାତ୍ର ଓଡ଼ିଶା କଂଗ୍ରେସର ଏଭଳି ଆଭିମୁଖ୍ୟ ଆମକୁ ଦୁଃଖୀ କରିଛି। କଂଗ୍ରେସକୁ ଓ ଦୀର୍ଘଦିନ ଧରି ଭୋଟ ଦେଇ ଆସୁଥିଲେ। ବିଶେଷ କରି ଆଦିବାସୀ ଅଞ୍ଚଳର ଲୋକମାନେ ଭୋଟ ଦେଇ କ୍ଷମତାରେ ବସାଇଥିଲେ। ଯେଉଁ ସମୟରେ ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଓ ଗର୍ବିତ କରିବାକୁ ଯାଉଛନ୍ତି ସେହି ସମୟରେ କଂଗ୍ରେସ ତାହାକୁ ହଜମ କରିପାରୁ ନାହିଁ। ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସର ଯାହା ଆଭିମୁଖ୍ୟ ତାହାକୁ ରାଜ୍ୟବାସୀ ବିଚାର କରିବେ ବୋଲି ସେ କହିଛନ୍ତି।

Share