Categories: ଜାତୀୟ

‘ସଚ୍ଚୋଟ ଅଫିସର ୨ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ନାହିଁ’

ମୁମ୍ବାଇ,୩।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ। ୱାଙ୍ଖଡେ ଜଣେ ଦୁର୍ନୀତି ଖୋର ଅଫିସର। ସେ ବଟି ଆଦାୟ କରିବା ସହ ଅତି ଦାମୀ ପୋଷାକ ପିନ୍ଧନ୍ତି। ତାଙ୍କ ଟ୍ରାଉଜରର ମୂଲ୍ୟ ୧ ଲକ୍ଷ, ଗୋଟିଏ ଶାର୍ଟ ୭୦ ହଜାର, ୨ ଲକ୍ଷର ଜୋତା ଏବଂ ଘଣ୍ଟାର ଦାମ୍‌ ୨୫ରୁ ୫୦ ଲକ୍ଷ ଟଙ୍କା ହେବ ବୋଲି ନୱାବ ମଙ୍ଗଳବାର ଅଭିଯୋଗ କରିଛନ୍ତି। ଜଣେ ସଚ୍ଚୋଟ ଅଫିସର କିପରି ଏତେ ମହଙ୍ଗା ପୋଷାକ ପିନ୍ଧିପାରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ୱାଙ୍ଖଡେ ମିଛରେ ଲୋକଙ୍କୁ ଫସାଇ ସେମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି। ଏଥିପାଇଁ ସେ ଏକ ପ୍ରାଇଭେଟ ଟିମ୍‌ ରଖିଥିବା ମହାରାଷ୍ଟ୍ର ମନ୍ତ୍ରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଗତ ୧୫ ଦିନରେ ଜେଏନ୍‌ପିଟିରେ ୩ଟି କଣ୍ଟେନରରେ ଡ୍ରଗ୍ସ ଥିବା ଘଟଣା ଜଣାପଡ଼ିଥିବା ବେଳେ କାହିଁକି ଏ ମାମଲାରେ କୌଣସି ପଦକ୍ଷେପକ ନିଆଯାଇନାହିଁ ବୋଲି ନୱାବ ପଚାରିଛନ୍ତି।

Share