Categories: ଜାତୀୟ

କୃଷି ମନ୍ତ୍ରଣାଳୟ ଓ୍ବେବସାଇଟରୁ ସ୍ବାମୀନାଥନ କମିଶନ ରିପୋର୍ଟ ଅଦୃଶ୍ୟ: ଚାଷୀ ଆନ୍ଦୋଳନ ଦାବିରେ ରହିଛି ଏହି ରିପୋର୍ଟ…

ନୂଆଦିଲ୍ଲୀ,୧୫।୨ : ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ କୃଷକ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରୁ ତାଙ୍କ ଦ୍ୱାରା ଲିଖିତ ଏକ ରିପୋର୍ଟ ଅଦୃଶ୍ୟ ହୋଇଯାଇଛି।

ଏହାପୂର୍ବରୁ ସ୍ବାମୀନାଥନ କମିଶନ ରିପୋର୍ଟର ସମସ୍ତ ଅଂଶ ୱେବସାଇଟରେ ଉପଲବ୍ଧ ଥିଲା। ଜାତୀୟ କୃଷକ ଆୟୋଗର ଅଧ୍ୟକ୍ଷ ଥିବାବେଳେ ସେ ଏହି ରିପୋର୍ଟ ଲେଖିଥିଲେ। ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବି ମଧ୍ୟରୁ ଗୋଟିଏ ହେଉଛି ସ୍ବାମୀନାଥନ ଆୟୋଗ ରିପୋର୍ଟରେ ଦିଆଯାଇଥିବା ସୁପାରିଶକୁ କାର୍ଯ୍ୟକାରୀ କରାଯିବା ଉଚିତ।

Share