ବିଜେଡି ଛାଡିବେ ସମୀର ଦାଶ! ଟ୍ବିଟ କରି ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୫।୫: ବିଜେଡି ଛାଡିବେ କି ନିମାପଡା ବିଧାୟକ ସମୀର ଦାଶ! ଏନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ସମୀରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଛି। ଆଉ ଏଥିରେ ଖୋରାକ ଯୋଗାଇଛି ସମୀରଙ୍କ ଟ୍ବିଟ୍‌।

ଶନିବାର ନିର୍ବାଚିତ ପ୍ରତିନିଧିଙ୍କ ସହ ୩ ହଜାରରୁ ଅଧିକ କର୍ମୀ ଦଳ ଛାଡିବା ନେଇ ଲିଖିତ ଭାବେ ଜଣାଇଛନ୍ତି । ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଦଳକୁ ୧୨ ଘଣ୍ଟିିଆ କଣ୍ଟ ଦେଇଛନ୍ତି । ଏହାରି ଭିତରେ ଚର୍ଚ୍ଚା ବଢାଇଛି ସମୀର ଦାଶଙ୍କ ଟ୍ବିଟ । ନିଜ ଏକ୍ସ’ରେ ସେ ଲେଖିଛନ୍ତି, ସମସ୍ତଙ୍କୁ ହୃଦୟରୁ ସାଧୁବାଦ। ଏଥିସହ #ସମୀରପରିବାର ମଧ୍ୟ ଲେଖିଛନ୍ତି। ତେବେ ସେ କେଉଁ ଆଡକୁ ଇଙ୍ଗିତ କରି ଏପରି ଲେଖିଛନ୍ତି ସେ ନେଇ ଚର୍ଚ୍ଚା ବଢିବାରେ ଲାଗିଛି।

କହିରଖୁଛୁ କି, ନିମାପଡା ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ ପାଇଁ ଆଶୟୀ ଥିଲେ ସମୀର । ମାତ୍ର ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ନେଇ ସମୀରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Share