ବିଜେଡି ଛାଡ଼ିଲେ ସମୀର ଦାଶ

ଭୁବନେଶ୍ୱର,୧୯।୫: ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି।

ସୂଚନାଥାଉ କି, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ସମୀର ଦାଶ । କିନ୍ତୁ ଚଳିତ ନିର୍ବାଚନରେ ସମୀର ଟିକେଟ୍‌ ପାଇ ନ ଥିଲେ । ସେଥିପାଇଁ ସେ ଅସନ୍ତୁଷ୍ଟ ଥିଲେ । ତେବେ ଶେଷରେ ଆଜି ଦଳ ଛାଡ଼ିବା ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି । ପୂର୍ବରୁ ତାଙ୍କର ଏକାଧିକ ସମର୍ଥକ ବିଜେଡି ଛାଡ଼ିଥିଲେ ।

 

୨୦୦୯, ୨୦୧୪, ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନିମାପଡା ବିଧାୟକ। ଦୀର୍ଘ ବର୍ଷ ଧରି ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। ଏଥର ସମୀରଙ୍କ ସ୍ଥାନର ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତାଙ୍କୁ ମନାଇବା ପାଇଁ କିଛି ଦିନ ପୂର୍ବରୁ ତାଙ୍କୁ ଢେଙ୍କାନାଳ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା ଦଳ । ହେଲେ ଏଥିରେ ସମୀର ସନ୍ତୁଷ୍ଟ ହୋଇପାରି ନ ଥିଲେ ।

Share