Posted inଜାତୀୟ

ରାଜନୀତିରେ ଏଣ୍ଟ୍ରି ମାରିବେ ସମୀର ୱାଙ୍ଖେଡ! ଏହି ଦଳରୁ ଲଢିବେ…

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ପ୍ରସିଦ୍ଧ ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। କୁହାଯାଉଛି କି, ମହାରାଷ୍ଟ୍ର ବଇଦାନସଭା ନିର୍ବାଚନ ଥିବାରୁ ସମୀର ମଇଦାନକୁ ଓହ୍ଲାଇବେ। ସୂଚନାନୁସାରେ ସମୀର ଶିବସେନା ସିନ୍ଦେ ଦଳରେ ଯୋଗଦେବେ। ସେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢି ପାରନ୍ତି।

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀରଙ୍କୁ ଆଇଆରଏସ ପଦରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଇସ୍ତଫା କେନ୍ଦ୍ର ସରକାର ଗୃହ ବିଭାଗ ଦ୍ୱାରା ଗ୍ରହଣ କରିବାକୁ ପଡ଼ିବ। ଏହା ପରେ ଯାଇ ସେ ରାଜନୀତିରେ ପ୍ରବେଶ କରିବେ।

୪୪ ବର୍ଷିୟ ସମୀର ଓ୍ବାଙ୍ଖେଡ ୨୦୦୮ ବ୍ୟାଚ IRS ଭାରତୀୟ ରାଜସ୍ବ ସେବା ଅଧିକାରୀ। ୨୦୨୧ ପର୍ଯ୍ୟନ୍ତ ସେ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ଏନସିବିରେ ଯୋଗଦେବା ପୂର୍ବରୁ ସେ ଜାତୀୟ ଯାଞ୍ଚ ଏଜେନ୍ସି ଏବଂ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ସହିତ କାର୍ଯ୍ୟ କରିଥିଲେ।
ସେ ତାଙ୍କ କ୍ୟାରିଅରରେ ଡ୍ରଗ ଏନଫୋର୍ସମେଣ୍ଟ ସହ ଜଡିତ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ଡ୍ରଗ ଚୋରା ଚାଲାଣକାରୀ ଏବଂ ସେମାନଙ୍କ ନେଟୱାର୍କକୁ ଟାର୍ଗେଟ କରି ଆକ୍ରମଣ, ସିକ୍ରେଟ ମିଶନରେ ସମୀର ସକ୍ରିୟ ଭାବରେ ଜଡିତ ଅଛନ୍ତି। ତାଙ୍କର ୧୫ ବର୍ଷର କ୍ୟାରିଅର୍‌ରେ, ସେ ୧୭ହଜାର କିଲୋଗ୍ରାମ ନିଶା ଏବଂ ୧୬୫ କିଲୋଗ୍ରାମ ସୁନା ଜବତ କରିଛନ୍ତି।

ସେ ତଦନ୍ତ କରିଥିବା ଏପରି କିଛି ମାଲା ଅଛି ଯାହା ପର ମୂହୁର୍ତ୍ତରେ ହେଡ୍‌ଲାଇନରେ ରହିଥିଲା। ଅଣ୍ଡରୱାଲର୍‌ଡ ଡନ ଦାଉଦ ଗ୍ୟାଙ୍ଗର ଡ୍ରଗ୍ସ ନେଟଓ୍ବର୍କକୁ ଭାଙ୍ଗିବା, ଇସଲାମ ପ୍ରଚାରକ ଜାକିର ନାୟକ, କରଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ସେ ଜେଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ଟ୍ରେନ୍‌ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା କମାଇଲା ରେଲୱେ, ଜାଣନ୍ତୁ କେତେଦିନ ଆଗରୁ କରିପାରିବେ

ନୂଆଦିଲ୍ଲୀ,୧୭ା୧୦: ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କରାଯାଇଛି। ଆଗରୁ ୪ ମାସ ପୂର୍ବରୁ ବୁକିଂ କରି ହେଉଥିବା...

ଜଣେ ସାମ୍ବାଦିକାଙ୍କୁ ଡେଟ୍‌ କରୁଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା! ଶପଥ ସମାରୋହର ଭାଇରାଲ ଫଟୋକୁ ନେଇ ବଢିଲା ଚର୍ଚ୍ଚା

ଶ୍ରୀନଗର,୧୭।୧୦: ଜମ୍ମୁ କଶ୍ମୀରରେ ସରକାର ଗଠନ ହୋଇଛି। ଏନସି ର ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ଶପଥ ସମାରୋହରେ ଇଣ୍ଡିଆ ମେଣ୍ଟର...

ହରିୟାଣାରେ ସାଇନି ସରକାର, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଚଣ୍ଡିଗଡ଼,୧୭ା୧୦: ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ନାଏବ ସିଂ ସାଇନି। ସେ ଆଜି କ୍ରମାଗତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଗୁଆଘିଅରେ ମହାପ୍ରସାଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

ପୁରୀ,୧୭ା୧୦: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ...

ସଲମାନଙ୍କ ହତ୍ୟା ଷଡଯନ୍ତ୍ର କରିଥିବା ଶାର୍ପ ସୁଟର ଗିରଫ, ବେଶ ବଦଳାଇ ହୋଟେଲରେ ଲୁଚିଥିଲେ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଛି। ହରିୟାଣାର ପାନିପତରୁ ଶୁଟର ସୁକ୍‌ଖାଙ୍କୁ ପୋଲିସ...

କିଏ ସେହି ସଞ୍ଜୀବ ଖାନ୍ନା? ଯିଏ ହେବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ନାଁ ସୁପାରିସ ପରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୭ା୧୦:  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ କେନ୍ଦ୍ର ସରକାରଙ୍କୁ  ଆନୁଷ୍ଠାନିକ ସୁପାରିସ ପରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri