୨୦୨୪ ପର୍ଯ୍ୟନ୍ତ ସମୀର ରାଜ୍ୟ ଭାଜପା ସଭାପତି ରହିବେ: ପୃଥ୍ବୀରାଜ

ଭୁବନେଶ୍ବର,୧୮।୧(ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଭାଜପା ରାଜ୍ୟ ସଭାପତି ଭାବେ ସମୀର ମହାନ୍ତି କାର୍ଯ୍ୟ ଜାରି ରଖିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢିଲେ ସେହି ଅନୁସାରେ ସବୁ ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ ମଧ୍ୟ ବଢିଥାଏ। ସମୀରଙ୍କ ନେତୃତ୍ୱରେ ଦଳ ଏଠାରେ ଭଲ ପ୍ରଦର୍ଶନ କରୁଛି। ସେ ୨୦୨୪ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ସଭାପତି ଭାବେ କାର୍ଯ୍ୟ କରିବା ନେଇ ଖୁବଶୀଘ୍ର ଘୋଷଣା ହୋଇଯିବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ନିଜର ପଦ ବଜାୟ ରଖିବେ ବୋଲି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟତଃ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନିଜର ସାଙ୍ଗଠନିକ ପରିବର୍ତ୍ତନ କରିବାକୁ ଚାହିଁ ନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି।

Share