ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ଉପରେ ଲାଗିବ କଟକଣା

ସମ୍ବଲପୁର,୩।୧: ଚଳିତ ମାସ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇଙ୍କ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏ ନେଇ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ଏ ନେଇ ରାଜ୍ୟର ବିଭିନ୍ନ ଦେବାଳୟକୁ ନିମନ୍ତ୍ରଣ କରାଯିବା ସହ ରାଜ୍ୟ ବାହାରେ ମଧ୍ୟ ନିମନ୍ତ୍ରଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଆଗକୁ ସମ୍ବଲପୁର ମା’ ସମଲେଇଙ୍କ ପୀଠରେ ମଧ୍ୟ ମାଦକ ଦ୍ରବ୍ୟକୁ ନିଷେଧ କରାଯିବ ବୋଲି ଟ୍ରଷ୍ଟବୋର୍ଡ ସଭାପତି କହିଛନ୍ତି । ଖୁବଶୀଘ୍ର ନିୟମ ଅଣାଯିବ ବୋଲି  ସେ କହିଛନ୍ତି ।ପୁରୀ ଜଗନ୍ନାଥ ଓ ଭୁବନେଶ୍ୱର ଲିଙ୍ଗରାଜଙ୍କ ମନ୍ଦିରରେ ଯେମିତି ମାଦକ ଦ୍ରବ୍ୟ ନିଶେଧ କରାଯାଇଛି । ଠିକ ସେହିପରି ମା’ ସମଲେଇଙ୍କ ପୀଠରେ ନିୟମ ଲାଗୁହେବ
Share