ଚାକିରି ଛାଡ଼ି ଘର ବିକିଥିଲେ, ଏବେ ଲୋକେ କହୁଛନ୍ତି ‘ସମୋସା କିଙ୍ଗ’; ବର୍ଷକୁ କରୁଛନ୍ତି ୪୫ କୋଟି ରୋଜଗାର…

ଚାକିରି ଛାଡ଼ି ବ୍ୟବସାୟ କରିବା ସହଜ ନୁହେଁ। ପ୍ରାୟତଃ ଲୋକଙ୍କୁ ଏଥିରେ ସଫଳ ହେବା ଲାଗି ଅନେକ କଷ୍ଟକର ସ୍ଥିତି ଦେଇ ଗତି କରିବାକୁ ପଡେ। ଠିକ୍‌ ସେମିତି କିଛି ବେଙ୍ଗାଲୁରୁର ଦମ୍ପତି ନିଧି ଏବଂ ଶିଖର ବୀର ସିଂହଙ୍କ ସହ ଘଟିଥିଲା। ୨୦୧୫ରେ ସେ ‘ସମୋସା ସିଂହ’ ନାମରେ ଏକ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିଲେ।

ଶିଖରଙ୍କୁ ସିଙ୍ଗଡ଼ା ବେଶ ପସନ୍ଦ ଥିବାରୁ ସେ ଏହାକୁ ବାଙ୍ଗାଲୋରରେ ଲୋକପ୍ରିୟ କରିବାକୁ ଚାହୁଁଥିଲେ। ଠିକ୍‌ ସେତିକି ବେଳେ ତାଙ୍କ ମନରେ ବ୍ୟବସାୟ କରିବାର ଚିନ୍ତା ଆସିଥିଲା। ଏହି ଷ୍ଟାଟଅପ୍‌ ଲାଗି ତାଙ୍କୁ ନିଜ ଘର ୮୦ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ପଡ଼ିଥିଲା। ଏବେ କିନ୍ତୁ ବର୍ଷକୁ ସେ ୪୫ କୋଟି ରୋଜଗାର କରୁଛନ୍ତି। ସେହିଭଳି ତାଙ୍କର କମ୍ପାନୀର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ଉଭୟ ଦମ୍ପତି ଏକ ଔଷଧ କମ୍ପାନୀରେ ଚାକିରି କରୁଥିଲେ।

 

ଶିଖର ଜଣେ ବୈଜ୍ଞାନିକ ହୁଅନ୍ତୁ ବୋଲି ସ୍ତ୍ରୀ ଚାହୁଁଥିଲେ। ହେଲେ ସେ ନିଜକୁ ସଫଳ ବ୍ୟବସାୟୀ ଭାବେ ଦେଖିବାକୁ ଚାହୁଁଥିଲେ। ସେତେବେଳେ ନିଧିଙ୍କ ଦରମା ବର୍ଷକୁ ୩୦ ଲକ୍ଷ ଥିଲା। ହେଲେ ସେ ସ୍ବାମୀଙ୍କ ସହ ମିଶି ରିସ୍କ ନେଇ ବ୍ୟବସାୟ ଆରମ୍ଭ କରିଥିଲେ। ଭାଗ୍ୟକୁ ତାହା ଚାଲିଥିଲା। ଏବେ ତାଙ୍କ କମ୍ପାନୀରେ ବିଭିନ୍ନ ପ୍ରକାର ସିଙ୍ଗଡ଼ା ଦେଖିବାକୁ ମିଳୁଛି।

Share