Categories: ଫୁରସତ

ସିଙ୍ଗଡ଼ା କାହିଁକି ତିନିକୋଣିଆ? କାରଣ ଜାଣିଲେ କରିବେ ପ୍ରଶଂସା

ସିଙ୍ଗଡ଼ା ଏଭଳି ଏକ ଖାଦ୍ୟ ଯାହାକୁ ଦେଖିବା ମାତ୍ରେ ଲୋକଙ୍କ ମୁହଁରୁ ଲାଳ ଗଡେ। ପିଲାଠାରୁ ଆରମ୍ଭ କରି ଯୁବକ-ବୃଦ୍ଧ ଏହାକୁ ବହୁତ ପସନ୍ଦ କରନ୍ତି। ଏହାର ଚାହିଦା କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ରହିଛି। ସେପ୍ଟେମ୍ବର ୫ ଅର୍ଥାତ ଆଜି ବିଶ୍ୱ ସିଙ୍ଗଡ଼ା ଦିବସ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତୁ ଜାଣିବା ଏହାର ଗଠନକୁ ନେଇ କିଛି ଅଜଣା କଥା।

ଥରେ ଭାବିଲେ ସିଙ୍ଗଡ଼ାକୁ ଗୋଲ କି ଚାରିକୋଣିଆ ନ କରି ତିନି କୋଣିଆ କାହିଁକି କରାଯାଇଛି। ଏହା ପଛରେ ବିଜ୍ଞାନ ରହିଛି। ଯଦି ଏହା ଗୋଲ ହୋଇଥାନ୍ତା ତେବେ ତେଲରେ ଫାଟି ଯିବାର ସମ୍ଭାବନା ଅଧିକ ଥିଲା। ତେବେ ମିଶରର ପିରାମିଡରୁ ଏହାକୁ ତିଆରି କରିବାର ଆଇଡିଆ ଆସିଛି। ଯେଉଁଭଳି ପିରାମିଡ ଆକାରରେ ବଡ଼ ହେଲେ ହେଁ ମଜଭୂତ ହୋଇଥାଏ, ସେହିଭଳି ସିଙ୍ଗଡ଼ାକୁ ରଖିବା ଲାଗି ଏହାକୁ ତିନି କୋଣିଆ କରାଯାଇଛି। ଫଳରେ ଏହା ଭିତରେ ଥିବା ମସଲା ତେଲରେ ଛାଣିବା ସମୟରେ ବାହାରକୁ ଆସି ନ ଥାଏ।

Share