Categories: ଖେଳ

ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍‌ଙ୍କ ନମୁନା ସଂଗ୍ରହ

ନୂଆଦିଲ୍ଲୀ,୧୦ା୮: ଏସିଆନ ଗେମ୍ସ ପୂର୍ବରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସ (ନାଡା) ୧୯୯ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟଙ୍କଠାରୁ ନମୁନା ସଂଗ୍ରହ କରିଛି। ଜୁନ୍‌ ୧ରୁ ଓ ଜୁଲାଇ ୩୧ ପର୍ଯ୍ୟନ୍ତ ୯୦୦ରୁ ଊର୍ଦ୍ଧ୍ୱ ସାମ୍ପଲ ସଂଗ୍ରହ କରିଛି।

ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଓ୍ବାଚ୍‌ଡଗ୍‌ ସଂଗ୍ରହ କରିଥିବା ୯୧୪ ସାମ୍ପଲ ମଧ୍ୟରେ ଅଧିକାଂଶ ମୂତ୍ର ନମୁନା ରହିଥିବା ବେଳେ ସ୍ବଳ୍ପ ରକ୍ତ ନମୁନା ରହିଛି। ନାଡା’ର ସୂଚନା ଅନୁସାରେ ଦୁଇ ମାସ ମଧ୍ୟରେ ବକ୍ସିଂରେ ୭୧, ଆକ୍ୱାଟିକ୍‌ରେ ୬୫, ଓ୍ବେଟ୍‌ଲିଫ୍ଟିଂରେ ୫୬, ସାଇକ୍ଲିଂରେ ୫୫, କବାଡ଼ିରେ ୫୨, ରେସ୍‌ଲିଂରେ ୪୬ ଏବଂ ଶୁଟିଂରେ ୪୩ ସାମ୍ପଲ ସଂଗୃହୀତ ହୋଇଛି। ଅନ୍ୟ କ୍ରୀଡ଼ାରୁ ଯଥା ଉଷୁରୁ ୩୫, ଫେନ୍‌ସିଂରୁ ୩୩, କାନୋଇରୁ ୩୨, ବ୍ୟାଡମିଣ୍ଟନର ୨୪, ହକିରୁ ୨୩, ରୋଇଂରୁ ୨୦, ଆର୍ଚେରୀରୁ ୧୫, ଫୁଟ୍‌ବଲରୁ ୧୧, ଜୁଡୋରୁ ୧୧, ସଫ୍ଟବଲ୍‌ରୁ୧୦, ଇଲେକ୍ଟ୍ରୋନିକ୍‌ ସ୍ପୋଟର୍‌ସରୁ ୮, ସ୍ପୋର୍ଟ କ୍ଲାଇମ୍ବିଂରୁ ୭ ଏବଂ କ୍ରିକେଟରୁ ୨ ସାମ୍ପଲ ସଂଗ୍ରହ କରାଯାଇଛି।

Share