Categories: ଜାତୀୟ

୫ବର୍ଷ ଝିଅ ମଧ୍ୟରେ ମଙ୍କିପକ୍ସ ଲକ୍ଷଣ: ଯାଞ୍ଚ ପାଇଁ ପଠାଗଲା ନମୂନା

ଗାଜିଆବାଦ,୪।୬: କରୋନା ଭାଇରସ୍‌ ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିଥିବା ବେଳେ ଦୈନିକ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟମରେ ଉତ୍ତରପ୍ରଦେଶ ଗାଜିଆବାଦରେ ଜଣେ ୫ବର୍ଷର ଶିଶୁଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ପାଇଁ ଉକ୍ତ ଝିଅଙ୍କ ନମୂନା ପଠାଇଯାଇଛି। ସୂଚନା ମୁତବାକ ଗତ କିଛି ଦିନରୁ ଉକ୍ତ ଝିଅଟିକୁ କୁଣ୍ଡେଇ ହେବା ସହ ଶରୀରରେ ନାଲି ପଡ଼ିଯିବା ସମସ୍ୟା ଦେଖାଦେଇଥିଲା। କିନ୍ତୁ ତାଙ୍କ ନିକଟରେ ଅନ୍ୟ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନ ଥିବା ବେଳେ ସେ କିମ୍ବା ତାଙ୍କ ସର୍ମ୍ପକୀୟ ଗତ ୧ମାସ ମଧ୍ୟରେ ବିଦେଶ ଯାତ୍ରା କରିନାହାନ୍ତି ବୋଲି ଗାଜିଆବାଦ ମୁଖ୍ୟ ଚିକିତ୍ସାଧିକାରୀ(ସିଏମ୍‌ଓ)ସୂଚନା ଦେଇଛନ୍ତି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ଗୁରୁତ୍ୱ ସହ ନେଇ ଏକ ଜରୁରୀ ବୈଠକ କରିଥିଲେ। ଏହାପରେ ମଙ୍କିପକ୍ସକୁ ନେଇ ଭାରତ ମଧ୍ୟ ସତର୍କ ହୋଇଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ ସରକାର ଏସମ୍ପର୍କରେ ଏକ ଆଡଭାଇଜରୀ ଜାରି କରିଛନ୍ତି।

Share