ଯୋଗେନ୍ଦ୍ର ଛାଡ଼ିଲେ ଶୋ’

ବମ୍ବେ: ଶୋ’ ଛାଡ଼ିଲେ ଯୋଗେନ୍ଦ୍ର ବିକ୍ରମ ସିଂହ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେ’ରେ ଆଉ ସେ ନଜର ଆସିବେ ନାହିଁ। ଏଥିଲାଗି ଶୋ’ରେ ତାଙ୍କର ଚରିତ୍ରକୁ ଶେଷ କରାଯାଇଛି। ନିର୍ମାତାମାନେ ଦର୍ଶକଙ୍କୁ ଭାବବିହ୍ବଳ କରିବା ଭଳି ଯୋଜନା କରିଛନ୍ତି।

କହିରଖୁଛୁ, ଧାରାବାହିକରେ ଅକିନେତା ଯୋଗେନ୍ଦ୍ର ସମ୍ରାଟଙ୍କ ଭୂମିକାରେ ନଜର ଆସୁଥିଲେ। ତାଙ୍କ ସ୍ତ୍ରୀ ଭୂମିକାରେ ନଜର ଆସୁଥିଲେ ପତ୍ରଲେଖା ଓରଫ ଐଶ୍ୱର୍ଯ୍ୟା ଶର୍ମା। ଏବେ ଯୋଗେନ୍ଦ୍ର ଶୋ’ରୁ ବିଦାୟ ନେବାକୁ ଯାଉଥିବା ନେଇ ଐଶ୍ୱର୍ଯ୍ୟା ସ୍ପଷ୍ଟ କରିଛନ୍ତି। ଉଭୟଙ୍କର ଏକ ଫଟୋ ପୋଷ୍ଟ କରି ସେ ଭାବୁକ ପୋଷ୍ଟ ଲେଖିଛନ୍ତି।

 

Share