Categories: ଜାତୀୟ

ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ସମ୍ରାଟ ଚୌଧୁରୀ

ପାଟନା,୧୯।୯: ବିହାର ଭାଜପା ସଭାପତି ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ଯଦି ପ୍ରକୃତରେ ନିର୍ବାଚନ ପାଇଁ ପ୍ରସ୍ତୁତ ତେବେ ୨୪ ଘଣ୍ଟା ମଧ୍ୟରେ ସେ ଇସ୍ତଫା ଦିଅନ୍ତୁ ଏବଂ ନିର୍ବାଚନ ଘୋଷଣା କରନ୍ତୁ। ତାଙ୍କ ସହ ବିହାର ଭାଜପା ପ୍ରସ୍ତୁତ ଅଛି।
ବିହାର ବିଜେପି ରାଜ୍ୟ ସଭାପତି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଗାମୀ ଦିନରେ ନିର୍ବାଚନ ପାଇଁ ବିହାର ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଏବଂ ଯେତେବେଳେ ବି ବିଧାନସଭା ଭଙ୍ଗ କରିବା ତାଙ୍କର ଅଧିକାର ଅଛି। ସେ ନିଜର ଶକ୍ତି ବ୍ୟବହାର କରି ୨୪ ଘଣ୍ଟା ମଧ୍ୟରେ ବିଧାନସଭାକୁ ଭାଙ୍ଗି କରି ନିର୍ବାଚନ ଘୋଷଣା କରିବା ଉଚିତ। ଭାଜପା ତାଙ୍କ ସହ ଲଢିବାକୁ ପ୍ରସ୍ତୁତ ଅଛି। ଲୋକସଭା ନିର୍ବାଚନ ୬ ମାସ ପରେ ହେବା ଆବଶ୍ୟକ। ନିର୍ବାଚନ ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ନିର୍ବାଚନ ଆୟୋଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ସ୍ଥିର କରିପାରିବେ।
ସୂଚନାଯୋଗ୍ୟ, ପୂର୍ବରୁ ନୀତୀଶ କୁମାର କହିଥିଲେ ଯେ ଦେଶରେ ଯେତେ ଶୀଘ୍ର ନିର୍ବାଚନ ହେବ ସେତେ ଭଲ। ଆମେ ନିର୍ବାଚନ ପାଇଁ ସର୍ବଦା ପ୍ରସ୍ତୁତ। ବିହାର ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଖୁବ ଶୀଘ୍ର ବିହାରରେ ନିର୍ବାଚନ ହୋଇପାରିବ।

Share