ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କଲା ‘ସମ୍ରାଟ ପୃଥ୍ବୀରାଜ’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଜୁନ୍‌ ୩ରେ ସମଗ୍ର ଦେଶରେ ରିଲିଜ୍‌ ହୋଇଛି। ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ କେମେଷ୍ଟ୍ରିକୁ ପସନ୍ଦ କରିଛନ୍ତି ଦର୍ଶକ। ଅକ୍ଷୟ କୁମାର ପୃଥ୍ବୀରାଜଙ୍କ ଚରିତ୍ରରେ ନଜର ଆସିଛନ୍ତି। ତେବେ ଶୁକ୍ରବାର ରିଲିଜ୍‌ ହେବା ପରେ ଗୋଟିଏ ଦିନରେ ବକ୍ସ ଅଫିସରେ ୧୦ କୋଟିରୁ ଅଧିକ ଆୟ କରିଥିବା କୁହାଯାଉଛି। ‘ସମ୍ରାଟ ପୃଥ୍ବୀରାଜ’ ସହ ଆଉ ଦକ୍ଷିଣ ଫିଲ୍ମ ବିକ୍ରମ ଏବଂ ମେଜର ମଧ୍ୟ ଜୁନ୍‌ ୩ରେ ରିଲିଜ୍‌ ହୋଇଛି। ୩ ଟି ଫିଲ୍ମ ଏବେ ଜୋରଦାର ସଂଘର୍ଷ କରୁଛନ୍ତି। ଅକ୍ଷୟ ଏବଂ ମାଦୁଷୀଙ୍କ ବ୍ୟତିତ ଫିଲ୍ମରେ ସଞ୍ଜୟ ଦତ୍ତ ଏବଂ ସୋନୁ ସୁଦ ମଧ୍ୟ ଅଭିନୟ କରିଛନ୍ତି। ‘ସାମ୍ରାଟ ପୃଥ୍ବୀରାଜ’ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହୋଇଛି।

Share