‘ସମ୍ରାଟ ପୃଥ୍ବୀରାଜ’: ଦ୍ୱିତୀୟ ଦିନରେ ପଡ଼ିଲା ଫିକା

ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ୩ ଜୁନରେ ରିଲିଜ ହୋଇଥିଲା ବେଳେ ଅକ୍ଷୟ ଏଥିରେ ପ୍ରୀତିରାଜ ଚୌହାନଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମନୁଷୀ ଚିଲାର ରାଜକୁମାରୀ ସୟୋଂଗିତା ଭୂମିକାରେ ଫିଲ୍ମରେ ଡେବ୍ୟୁ କରିଛନ୍ତି।
ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ୧୦.୭୦କୋଟି ଟଙ୍କା ଆୟ କରିଥିଲା। ହେଲେ ଦ୍ୱିତୀୟ ଦିନ କୌଣସି ସୁଫଳ ମିଳି ପାରି ନ ଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ଭାରତରେ ୧୨.୩୦ କୋଟି ଟଙ୍କା ଆୟ କରିଛି। ଏହି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ଏଯାବତ୍‌ ୨୩ କୋଟି ଟଙ୍କା ଆୟ କରିଛି ।

Share