Categories: ଖେଳ

ସଞ୍ଜୁ ସାମସନ୍‌ଙ୍କ ଶତକ: ଦକ୍ଷିଣ ଆଫ୍ରିକାର ଆଗରେ ୨୯୭ ରନ୍‌ର ଟାର୍ଗେଟ୍‌

ପାର୍ଲ,୨୧।୧୨: ସ୍ଥାନୀୟ ବୋଲାଣ୍ଡ ପାର୍କରେ ଗୁରୁବାର ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ୍‌ ମାର୍କ୍ରାମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ସଞ୍ଜୁ ସାମସନ୍‌ଙ୍କ ଦମ୍‌ଦାର ଶତକ ଏବଂ ତିଳକ୍‌ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୯୬ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ଦକ୍ଷିଣ ଆଫ୍ରିକାର ଆଗରେ ୨୯୭ ରନ୍‌ର ଟାର୍ଗେଟ ରଖିଛି ଭାରତ।

ଦଳରେ ଡେବ୍ୟୁ କରିଥିବା ରଜତ ପାଟିଦାର ଏବଂ ସାଇ ସୁଦର୍ଶନ ଓପନର ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ରଜତ ୨୨ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ସାଇ ୧୦ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଏପରିକି କେଏଲ୍‌ ରାହୁଲ ୨୧ ରନ୍‌ କରି ଆଉଟ୍‌ ହେବା ପରେ ଭାରତର ରନ୍‌ଗତି ଧୀମା ହୋଇଯାଇଥିଲା।

ଏଭଳିସ୍ଥିତିରେ ସଞ୍ଜୁ ସାମସନ୍‌ ଏବଂ ତିଳକ ବର୍ମାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା। ସଞ୍ଜୁ ସାମସନ୍‌ ୧୧୪ ବଲରେ ୬ ଚଉକା ଏବଂ ୩ ଛକା ସହାୟତାରେ ୧୦୮ ରନ୍‌ର ମହତ୍ୱପୂର୍ଣ୍ଣ ଇଂନିସ୍‌ ଖେଳିଥିବା ବେଳେ ତିକକ ବର୍ମା ୭୭ ବଲ୍‌ରେ ୫ ଚଉକା ଏବଂ ୧ ଛକା ସହାୟତାରେ ୫୨ରନ୍‌ ଗୁରୁତ୍ୱପୂର୍ଣ୍ଣ ଇଂନିସ୍‌ ଖେଳିଥିଲେ। ଶେଷ ବେଳକୁ ରିଙ୍କୁ ସିଂଙ୍କ ୩୮ ରନ୍‌ ବଲ୍‌ରେ ଭାରତ ୨୯୬ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share