Categories: ଖେଳ

ଏସିଆ କପ ୨୦୨୩: ଟିମ ଇଣ୍ଡିଆରେ ସାମିଲ ହେବେନି ସଞ୍ଜୁ ସାମସନ

ନୂଆଦିଲ୍ଲୀ,୫।୮: ଏସୀୟ କ୍ରିକେଟର ସବୁଠୁ ବଡ ମହାସଂଗ୍ରାମର ବିଗୁଲ ବାଜି ସାରିଛି। ୨୦୨୩ ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ଏଥର ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲ ଅଧୀନରେ ଖେଳାଯିବ। ଅର୍ଥାତ୍‌ ଏହାର ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ବାସ୍ତବରେ ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଥିଲା। ଯାହାପରେ ପିସିବି ଏହି ମଡେଲ ପ୍ରଦାନ କରିଥିଲା।

ଟିମ ଇଣ୍ଡିଆ ୨୦୨୩ଏସିଆ କପର ପ୍ରଥମ ମ୍ୟାଚ ୨ ସେପ୍ଟେମ୍ବରରେ ଖେଳିବ। ଏହି ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଭାରତୀୟ ଦଳ ୨୪ ଅଗଷ୍ଟରୁ ଏନ୍‌ସିଏରେ ଅଭ୍ୟାସ ଶିବିରରେ ଯୋଗଦେବେ। ହେଲେ ସଞ୍ଜୁ ସାମସନ ଏହି ଶିବିରରେ ସାମିଲ ହେବେନାହିଁ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଏସିଆ କପ ପାଇଁ ସାମସନ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ।

ଇନ୍ସାଇଡ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ସଞ୍ଜୁ ସାମସନ ୨୪ ଅଗଷ୍ଟରୁ ଏନ୍‌ସିଏରେ ଏସିଆ କପ ଅଭ୍ୟାସ ଶିବିରରେ ସାମିଲ ହେବେ ନାହିଁ । ଏହି ଶିବିର ସେହି ଖେଳାଳିଙ୍କ ପ୍ରସ୍ତୁତି ପାଇଁ, ଯେଉଁମାନେ ଏସିଆ କପରେ ଟିମ ଇଣ୍ଡିଆର ଅଂଶ ହେବେ।

Share