ଭୁବନେଶ୍ୱର : ସାମ୍ସଙ୍ଗ୍ ଷ୍ଟାର ସ୍କଲାର କାର୍ଯ୍ୟକ୍ରମ ଅନ୍ତର୍ଗତ ସାମ୍ସଙ୍ଗ୍ ପକ୍ଷରୁ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଓ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ୫୧୭ ଜଣ ବିଦ୍ୟାର୍ଥୀଙ୍କୁ ସ୍କଲାରଶିପ ପ୍ରଦାନ କରାଯାଇଛି। ଜବାହର ନବୋଦୟ ବିଦ୍ୟାଳୟର ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରୀଛାତ୍ରମାନଙ୍କୁ ପ୍ରତିବର୍ଷ ଏହି ସ୍କଲାରଶିପ ପ୍ରଦାନ କରାଯାଇଥାଏ। ଇଞ୍ଜିନିୟରିଂ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ରଙ୍କୁ ଏହି ସ୍କଲାରଶିପ ପ୍ରଦାନ କରାଯାଉଛି। ସାମ୍ସଙ୍ଗ୍ ଷ୍ଟାର ସ୍କଲାର କାର୍ଯ୍ୟକ୍ରମ ବର୍ତ୍ତମାନ ୫ମ ବର୍ଷରେ ପହଞ୍ଚଛି। ଚଳିତ ବର୍ଷ ଯୁବ ପ୍ରତିଭାଙ୍କୁ ପ୍ରୋସତ୍ାହିତ କରିବା ଲାଗି ସାମ୍ସଙ୍ଗ ଇଣ୍ଡିଆ ଜେଏନ୍ଭିର ୧୫୦ଟି ସ୍କଲାରଶିପକୁ ଅନୁମୋଦନ କରିଛି। ଏହି ସ୍କଲାରଶିପ ବିଷୟରେ ଅଧିକ ତଥ୍ୟ ସାମ୍ସଙ୍ଗ ଓ୍ବେବ୍ସାଇଟରେ ମିଳିପାରିବ। ଏ ସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର କର୍ପୋରେଟ ଉପାଧ୍ୟକ୍ଷ ଓ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ପିଟର ରି କହିଛନ୍ତି ଯେ, ଆମେ ବହୁତ ଖୁସି ଯେ ଚଳିତ ବର୍ଷ ଅନେକ ଆହ୍ବାନ ସତ୍ତ୍ୱେ ଏହି ସବୁ ପ୍ରତିଭାବାନ ପିଲାଙ୍କ ନିକଟରେ ପହଞ୍ଚିପାରିଛୁ।