Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩ ଅଲଟ୍ରା, ଗାଲାକ୍ସି ଏସ୍‌୨୩ପ୍ଲସ୍‌ ଏବଂ ଗାଲାକ୍ସି ଏସ୍‌୨୩ ଭଳି ମଡେଲ ସାମିଲ ରହିଛି। ଏପରିକି ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରାରେ ଗ୍ରାହକ ୨୦୦ଏମ୍‌ପି କ୍ୟାମେରା ସହ ୧୦୦ ଏକ୍ସ ଜୁମ୍‌ ଏବଂ ବର୍ଦ୍ଧିତ ନାଇଟୋଗ୍ରାଫି ଭଳି ବିଶେଷ କ୍ଷମତା ଲାଭ କରିପାରିବେ। ସେହିଭଳି ପାଓ୍ବାରଫୁଲ ଜୁମ୍‌ ଫିଚରକୁ ବ୍ୟବହାରକରି ମୁମ୍ବାଇର ସ୍କାଏ ଲାଇଟ ଫଟୋ ଉଠାଇବା ପାଇଁ ମଧ୍ୟ ଗ୍ରାହକଙ୍କୁ ଆବଶ୍ୟକ ସୁବିଧା ଦିଆଯାଇଛି। ଏ ସମ୍ପର୍କରେ ରିଲାଏନ୍ସ ଡିଜିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରିଆନ ବେଡ୍‌ କହିଛନ୍ତି, ସାମ୍‌ସଙ୍ଗ୍‌ ସହ ବାଣିଜି୍ୟକ ସହଯୋଗିତାରେ ସାମିଲ ହୋଇ ଆମେ ବହୁତ ଖୁସି ଅଛୁ। ଏପରିକି ଗାଲାକ୍ସି ଏସ୍‌ ୨୩ ସିରିଜରେ ସଦ୍ୟତମ ଟେକ୍ନୋଲୋଜି ସୁବିଧା ଭାରତୀୟ ଗ୍ରାହକଙ୍କ ପାଇଁ ଘୋଷଣାକରି ଅତ୍ୟନ୍ତ ଖୁସି। କେବଳ ଫଟୋଗ୍ରାଫି ପ୍ରେମୀ ନୁହନ୍ତି ଗେମ୍‌ ପ୍ରେମୀମାନେ ମଧ୍ୟ ଏହାର ଆମୋଲେଡ ଡିସ୍‌ପ୍ଲେ, ଅଲ୍‌ଟ୍ରା ଫାଷ୍ଟ ମୋବାଇଲ ଗ୍ରାଫିକ୍ସ, ୨୪୦ ଏଚ୍‌ଜେଡ଼୍‌ ଟଚ୍‌ ଫିଚର ଲାଭ କରିପାରିବେ। ଏହି ସିରିଜ୍‌ ପାଇଁ ରିଲାଏନ୍ସ ଡିଜିଟାଲ ପ୍ରି-ବୁକିଂ ଅଫ୍‌ର ସମ୍ପର୍କରେ ଘୋଷଣା କରିଛି। ଗାଲାକ୍ସି ଏସ୍‌ ୨୩ ଏବଂ ଏସ୍‌ ୨୩ ପ୍ଲସ୍‌ ଗ୍ରାହକ ଗାଲାକ୍ସି ଓ୍ବାଚ୍‌ ୪ ବ୍ଲୁଟୁଥ୍‌ ୨୯୯୯ ଟଙ୍କାରେ ପାଇପାରିବେ। ଗାଲାକ୍ସି ଏସ୍‌ ୨୩ ଅଲ୍‌ଟ୍ରା ଗ୍ରାହକମାନେ ଓ୍ବାଚ୍‌ ୪ କ୍ଲାସିକ ଏଲ୍‌ଟିଆଇ ଆଣ୍ଡ ଗାଲାକ୍ସି ବଡ୍‌ସ୨ ମାତ୍ର ୪,୯୯୯ ଟଙ୍କାରେ ପାଇପାରିବେ। ସବୁ ଭାଇବ୍ରାଣ୍ଟ ଗ୍ରାହକଙ୍କୁ ସାମ୍‌ସଙ୍ଗ୍‌ ଅପ୍‌ଗ୍ରେଡ୍‌ ପ୍ଲସ୍‌ରେ ୮ ହଜାର ଟଙ୍କା ଯାଏ ଏବଂ ସାମ୍‌ସଙ୍ଗ୍‌ ଏକ୍ସିସ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ କ୍ୟାଶ୍‌ବ୍ୟାକ୍‌ ମିଳିବ।

Share