Categories: ବାଣିଜ୍ୟ

ସାମ୍‌ସଙ୍ଗ୍‌ର ପାର୍ବଣ ସେଲିଂ

ଭୁବନେଶ୍ୱର, ୩୦।୯ : ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସାମ୍‌ସଙ୍ଗ୍‌ ପକ୍ଷରୁ ପାର୍ବଣ ସେଲିଂର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ସାମ୍‌ସଙ୍ଗ୍‌ର ବଛା ବଛା ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ସ୍ବତନ୍ତ୍ର ମୂଲ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏମ୍‌ ଓ ଗାଲାକ୍ସି ଏଫ୍‌ ସିରିଜ୍‌ ଅନ୍ତର୍ଭୁକ୍ତ ରହିଛି। ଏପରିକି ଗ୍ରାହକମାନେ ବର୍ତ୍ତମାନ ଗାଲାକ୍ସି ଏମ୍‌ ୦୪ ଓ ଗାଲାକ୍ସି ଏଫ୍‌ ୦୪କୁ ପ୍ରାରମ୍ଭିକ ମୂଲ୍ୟ ୬,୪୯୯ ଟଙ୍କାରୁ କିଣିପାରିବେ। ସେହିଭଳି ଗାଲାକ୍ସି ଏମ୍‌ ୦୪ ଓ ଗାଲାକ୍ସି ଏଫ୍‌ ୦୪ରେ ଅତୁଳନୀୟ ଷ୍ଟାଇଲ୍‌ ରହିଛି। ଏହା ବିନା କୌଣସି ବ୍ୟାଘାତରେ ନିରନ୍ତର କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ। ବିଶେଷକରି ଏହା ନୂତନ ଜେନ୍‌ ଜେଡ୍‌ଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସର୍ବୋକତ୍ୃଷ୍ଟ । ସେହିପରି ଗାଲାକ୍ସି ଏମ୍‌ ୦୪ ସେହିସବୁ ଗ୍ରାହକମାନଙ୍କ ପାଇଁ ଡିଜାଇନ କରାଯାଇଛି, ଯେଉଁମାନେ ଉଚ୍ଚ କାର୍ଯ୍ୟଦକ୍ଷତାସମ୍ପନ୍ନ ଡିଭାଇସ୍‌ ଚାହିଁଥାନ୍ତି, ଯାହାକି ମଲ୍‌ଟି ଟାସ୍କିଂ ପାଇଁ ସର୍ବୋକତ୍ୃଷ୍ଟ ଓ ସେମାନଙ୍କୁ ସର୍ବଦା ଆଗରେ ରଖିଥାଏ। ଏଥିରେ ୮ଜିବି ମେମୋରି ସହିତ ରାମ୍‌ ପ୍ଲସ୍‌ ବୈଶିଷ୍ଟ୍ୟ, ବ୍ୟାପକ ୧୨୮ଜିବି ଷ୍ଟୋରେଜ୍‌ ରହିଛି, ଯାହାକି ୧ଟିବି ପର୍ଯ୍ୟନ୍ତ ସମ୍ପ୍ରସାରଣଯୋଗ୍ୟ ଓ ଦୀର୍ଘସ୍ଥାୟୀ ୫୦୦୦ଏମ୍‌ଏଏଚ୍‌ ବ୍ୟାଟେରି ସାମିଲ ରହିଛି। ଅପରପକ୍ଷରେ ଗାଲାକ୍ସି ଏମ୍‌ ୦୪ରେ ଷ୍ଟାଇଲିଶ୍‌ ଗ୍ଲସି ଡିଜାଇନ ସାମିଲ ରହିଛି। ଏହା ଏକ ଅତୁଳନୀୟ ସ୍ମାର୍ଟଫୋନ୍‌ ଅନୁଭବ ପ୍ରଦାନ କରିଥାଏ। ଗାଲାକ୍ସି ଏମ୍‌ ୧୩ ଓ ଗାଲାକ୍ସି ଏଫ୍‌ ୧୩ର ପ୍ରାରମ୍ଭିକ ମୂଲ୍ୟ ୯୧୯୯ ଟଙ୍କାରେ ଉପଲବ୍ଧ। ଗାଲାକ୍ସି ଏମ୍‌ ୧୩ରେ ଗାଲାକ୍ସି ଏମ୍‌ ୫୦ ଏମ୍‌ପି ଟ୍ରିପଲ୍‌ କ୍ୟାମେରା ଓ ବୃହତ୍‌ ୬୦୦୦ଏମ୍‌ଏଏଚ୍‌ ବ୍ୟାଟେରି ରହିଛି। ଗାଲାକ୍ସି ଏମ୍‌ ୧୩ରେ ୬.୬“ଫୁଲ୍‌ ଏଚ୍‌ଡି+ଡିସ୍‌ପ୍ଲେ ରହିଛି। ବିଶେଷକରି ବିଞ୍ଜ ୱାଚରମାନଙ୍କ ପାଇଁ ଏହା ଡିଜାଇନ କରାଯାଇଛି। ଯେଉଁମାନେ ତାଙ୍କର ପ୍ରିୟ କଣ୍ଟେଣ୍ଟକୁ ସବୁ ସମୟରେ ଉପଭୋଗ କରିପାରିବେ। ଏଥିରେ ମନଷ୍ଟର ୬୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି, ଯାହାକି ୟୁଜରମାନଙ୍କୁ ସର୍ବଦା ଶକ୍ତି ପ୍ରଦାନ କରିଥାଏ। ଏହା ସହ ଏଥିରେ ୫୦ଏମ୍‌ପି ଟ୍ରିପଲ୍‌ କ୍ୟାମେରା ରହିଛି।

Share