Categories: ବାଣିଜ୍ୟ

ବଜାରରେ ସାମ୍‌ସଙ୍ଗ୍‌ର ମିଡ୍‌ ପ୍ରିମିୟମ ସେଗ୍‌ମେଣ୍ଟ

ଭୁବନେଶ୍ୱର,୨୦।୩ (ଅଭୟ ଦାଶ): ସାମ୍‌ସଙ୍ଗ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗାଲାକ୍ସି ଏ୫୫ ୫ଜି ଆଣ୍ଡ ଗାଲାକ୍ସି ଏ୩୫ ୫ଜିର ସର୍ବ ଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମ୍‌ସଙ୍ଗ୍‌ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଏକ ଖବରଦାତା ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ସାମ୍‌ସଙ୍ଗ୍‌ ଇଣ୍ଡିଆର ନିର୍ଦ୍ଦେଶକ (ଏମ୍‌ଏକ୍ସ ବିଜ୍‌ନେସ୍‌) ରିଷି କୁଲଶ୍ରେଷ୍ଠ ଯୋଗଦେଇ ଅନାବରଣ ଉତ୍ସବର ଆଭିମୁଖ୍ୟ ଓ ଉଭୟ ଗାଲାକ୍ସି ଏ୫୫ ୫ଜି ଆଣ୍ଡ ଗାଲାକ୍ସି ଏ୩୫ ୫ଜିର ବିଶେଷତ୍ୱ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ସେହିଭଳି ଏହି ନୂତନ ଏ ଶୃଙ୍ଖଳ ଉପକରଣରେ ଅନେକ ଫ୍ଲାଗ୍‌ଶିପ୍‌ ବିଶେଷତ୍ୱ ରହିଥିଲାବେଳେ ଗରିଲା ଗ୍ଲାସ୍‌ ଭିକଟସ ଯୁକ୍ତ ସୁରକ୍ଷା, ଏଆଇ ଦ୍ୱାରା କ୍ୟାମେରା ବିଶେଷତ୍ୱ ବୃଦ୍ଧି, ଏକ ଟ୍ୟାମ୍ପର-ନିରୋଧକ ସୁରକ୍ଷାର ସମାଧାନ, ସାମ୍‌ସଙ୍ଗ୍‌ କ୍ନକ୍ସ ଭଲ୍ଟ ସହିତ ଅନ୍ୟାନ୍ୟ ନୂତନ ବିଶେଷତ୍ୱର ସମାହାର ରହିଛି। ଗତ ୨ ବର୍ଷ ମଧ୍ୟରେ ମିଡ୍‌ ପ୍ରିମିୟମ ସେଗ୍‌ମେଣ୍ଟ ଗାଲାକ୍ସି ଏ ଶୃଙ୍ଖଳ ସ୍ମାର୍ଟଫୋନ ଶୃଙ୍ଖଳ ସବୁଠାରୁ ଅଧିକ ବିକ୍ରୟ ହୋଇଥିବାବେଳେ ଏହା ଭାରତରେ ରହିଥିବା ଏମ୍‌ଜେଡ୍‌ ଗ୍ରାହକଙ୍କ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଭାବେ ନିଜକୁ ପ୍ରଦର୍ଶିତ କରିପାରିଛି। ସେହିପରି ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜିର ଶୁଭାରମ୍ଭ ଆମକୁ ପୁଣି ଥରେ ଆମର ଫ୍ଲାଗ୍‌ଶିପ୍‌-ଅଭିନବୀକରଣର ଜାଗ୍ରତାର ପ୍ରତିଶ୍ରୁତିବଦ୍ଧତାକୁ ମଜଭୁତ କରିପାରିଛି। ଅପରପକ୍ଷରେ ଗାଲାକ୍ସି ଏ୫୫ ୫ଜି ଏବଂ ଗାଲାକ୍ସି ଏ୩୫ ୫ଜି ଆମକୁ ୫ଜି ସ୍ମାର୍ଟଫୋନ ବିଭାଗରେ ତଥା ଏକ ଦ୍ରୁତଗାମୀ ବୃଦ୍ଧିପ୍ରାପ୍ତ ମିଡ୍‌-ପ୍ରିମିୟମ ସେଗ୍‌ମେଣ୍ଟ ୩୦,୦୦୦ରୁ ୫୦,୦୦୦ ଟଙ୍କା ମଧ୍ୟରେ ମାକେର୍ଟ ଲିଡର କରାଇପାରିଛି ବୋଲି ରିଷି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share