Categories: ବାଣିଜ୍ୟ

ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର, ୬।୧୦:ସାମ୍‌ସଙ୍ଗ୍‌ର ନୂତନ ଉତ୍ପାଦ ‘ଏସ୍‌୨୩ଏଫ୍‌ଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ସାମ୍‌ସଙ୍ଗ୍‌ର ଆଇକନିକ୍‌ ଗାଲାକ୍ସି ଏସ୍‌ ସିରିଜରେ ଉକ୍ତ ନୂତନ ମଡେଲ ହୋଇଥିବା ବେଳେ ଯୁବ ଗାଲାକ୍ସି ବ୍ୟବହାରକାରୀଙ୍କ ପାଇଁ ସାମ୍‌ସଙ୍ଗ୍‌ର ସର୍ବୋତ୍ତମ ଫ୍ଲାଗ୍‌ଶିପ୍‌ ଅଭିଜ୍ଞତା ପ୍ରଦାନ କରିବାକୁ ତାହା ଆକର୍ଷଣୀୟ ଭାବେ ଡିଜାଇନ୍‌ ହୋଇଥିବା ଜଣାପଡିଛି। ଏପରିକି ଗାଲାକ୍ସି ଏସ୍‌୨୩ଏଫ୍‌ଇ ପ୍ରିମିୟମ୍‌ ବୈଶିଷ୍ଟ୍ୟ ସହ ପାୱାର ପ୍ୟାକ୍‌ରେ ପୂର୍ଣ୍ଣ ହୋଇଛି, ଯାହାକି ଶକ୍ତିଶାଳୀ ପ୍ରଦର୍ଶନ ପ୍ରଦାନ କରିଥାଏ। ଆଜି ପର୍ଯ୍ୟନ୍ତ ସବୁଠାରୁ ଏପିକ୍‌ ଏଫ୍‌ଇ ସଂସ୍କରଣ ଭାବେ ଗାଲାକ୍ସି ଏସ୍‌୨୩ଏଫ୍‌ଇ ଆଇକନିକ୍‌ ଏବଂ ସ୍ଥାୟୀ ଡିଜାଇନ୍‌, ଉନ୍ନତ କାର୍ଯ୍ୟଦକ୍ଷତା, ଅତ୍ୟାଧୁନିକ କ୍ୟାମେରା ଏବଂ ଆହୁରି ଅନେକ ସୁବିଧା ଅନ୍ତର୍ଭୁକ୍ତ କରିଥାଏ। ଅପରପକ୍ଷରେ ଗାଲାକ୍ସି ଏସ୍‌୨୩ଏଫ୍‌ଇ ଭାରତୀୟ ବଜାରରେ ମିଣ୍ଟ, ବାଇଗଣୀ ଏବଂ ଗ୍ରାଫାଇଟ୍‌ ରଙ୍ଗରେ ଉପଲବ୍ଧ। ସେହିପରି ଗାଲାକ୍ସି ଏସ୍‌୨୩ଏଫ୍‌ଇ ନୂତନ ଫ୍ଲୋଟିଂ କ୍ୟାମେରା ଏବଂ ହାଲୁକା ପ୍ରଦର୍ଶନ ପାଇଁ ପ୍ରିମିୟମ୍‌ ଫିନିଶ୍‌ ସହ ଆଇକନିକ୍‌ ଏସ୍‌ ସିରିଜ୍‌ ଡିଜାଇନ କରାଯାଇଛି। ପ୍ରିମିୟମ୍‌ ଧାତୁ ଏବଂ ଗ୍ଲାସ୍‌ ସହିତ ନିର୍ମିତ ଗାଲାକ୍ସି ଏସ୍‌୨୩ଏଫ୍‌ଇ ଫ୍ଲାଗ୍‌ଶିପ୍‌ ଷ୍ଟାଇଲିଶ୍‌ ଲୁକ୍‌ ଏବଂ ଅନୁଭବକୁ ପ୍ରତିବିମ୍ବିତ କରିଥାଏ। ଉଲ୍ଲେଖଯୋଗ୍ୟ, ଗାଲାକ୍ସି ଏସ୍‌୨୩ଏଫ୍‌ଇ ଏକ ଆକର୍ଷଣୀୟ ୮ଜିବି ରାମ ସହିତ ୧୨୮ ଏବଂ ୨୫୬ଜିବି ଷ୍ଟୋରେଜ୍‌ ବିକଳ୍ପ ସହିତ ଆସିଥାଏ। ଉକ୍ତ ମଡେଲ ତିନୋଟି ଏପିକ୍‌ ରଙ୍ଗରେ ଉପଲବ୍ଧ। ସୂଚନାଯୋଗ୍ୟ, ଗାଲାକ୍ସି ଏସ୍‌୨୩ଏଫ୍‌ଇ ଅକ୍ଟୋବର ୫ରୁ ସାମ୍‌ସଙ୍ଗ୍‌ ଡଟ୍‌ କମ୍‌ ଏବଂ ଆମାଜନ.ଇନ୍‌ରେ ଶୁଭାରମ୍ଭ ହେବ ଏବଂ ଅକ୍ଟୋବର ୭ରୁ ପ୍ରାରମ୍ଭିକ ବିତରଣ ଆରମ୍ଭ ହେବ। ଗାଲାକ୍ସି ଏସ୍‌୨୩ଏଫ୍‌ଇ ୮ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ୍‌ର ମୂଲ୍ୟ ୪୯,୯୯୯ ଟଙ୍କା ହୋଇଥିବାବେଳେ ୮ଜିବି ରାମ ସହିତ ୨୫୬ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୫୪,୯୯୯ ଟଙ୍କା ରଖାଯାଇଛି ା

Share