Categories: ଜାତୀୟ

ଏମ୍‌ଏସ୍‌ପିକୁ ନେଇ କୃଷକ ସଙ୍ଗଠନର ବୈଠକ ଆଜି: ୨୯ରେ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୨୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନ ପୂର୍ବରୁ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା କଥା ଘୋଷଣା କରିଥିଲେ । ଏହାପରେ ସିନ୍ଧୁ ସୀମାରେ ପଞ୍ଜାବର କୃଷକ ସଙ୍ଗଠନ ବୈଠକ ଡାକିଥିଲା । ଏଥିରେ ସ୍ଥିର କରାଯାଇଛି କି ୨୨ ନଭେମ୍ବରରେ ଲକ୍ଷ୍ନୌ ରାଲି ଓ ୨୯ ନଭେମ୍ବରରେ ସଂସଦ ମାର୍ଚ୍ଚ ଆୟୋଜନ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ନିଷ୍ପତ୍ତିକୁ ଅନ୍ତିମ ମୋହର ଲଗାଇବା ପାଇଁ ରବିବାର ସଂଯୁକ୍ତ କୃଷକ ମୋର୍ଚ୍ଚାର ବୈଠକ ହେବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଓ କୃଷକ ଆନ୍ଦୋଳନର ଆଗକୁ କ’ଣ ରହିଛି ରଣନୀତି ତାହା ସ୍ଥିର କରାଯିବ । କୃଷକ ସଙ୍ଗଠନ ସ୍ପଷ୍ଟ କରିଛି କି ନ୍ୟୁନତମ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ର ଗ୍ୟାରେଣ୍ଟି ଓ ବିଜୁଳୀ ସଂଶୋଧନ ଆଇନକୁ ରଦ୍ଦ ନ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

Share