Categories: ଜାତୀୟ

ସିନ୍ଧୁ ସୀମାରେ ହତ୍ୟା: ସଂଯୁକ୍ତ କୃଷକ ମୋର୍ଚ୍ଚା କହିଲା ଘଟଣା ସହ କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୧୫ ।୧୦: ହରିୟାଣା-ଦିଲ୍ଲୀ ସିନ୍ଧୁ ସୀମାରେ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ କଟା ଯାଇଥିବା ହାତର ମୃତଦେହ ମିଳିଥିଲା । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଅର୍ଦ୍ଧ ନଗ୍ନ ମୃତଦେହ ବାରିକେଡରେ ଛୁଲନ୍ତା ଅବସ୍ଥାରେ ମିଳିଥିଲା । ଉକ୍ତ ମୃତଦେହଟି ଏମିତି ସ୍ଥାନରେ ମିଳିଥିଲା ଯେଉଁଠି ଗତବର୍ଷଠାରୁ ମୋଦି ସରକାରଙ୍କ ନୂଆ କୃଷି ଆଇନ ଫେରାଇ ନେବାକୁ ଦାବି କରି କୃଷକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ହତ୍ୟା ପରେ ଏବେ ସଂଯୁକ୍ତ କୃଷକ ମୋର୍ଚ୍ଚା କହିଛି ଏହି ଘଟଣା ସହ ଆମର କୌଣସି ସମ୍ପର୍କ ନାହିଁ । ସଂଯୁକ୍ତ କୃଷକ ମୋର୍ଚ୍ଚା କହିଛି ପଞ୍ଜାବ ବାସିନ୍ଦା ଲଖବୀର ସିଂଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ନିହାଙ୍ଗ ଗୋଷ୍ଠୀ ଏଥିପାଇଁ ଦାୟୀ । ସରବଲୋହ ଗ୍ରାଣ୍ଟ ସମ୍ପର୍କରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାରୁ ବ୍ୟକ୍ତି ଜଣଙ୍କୁ ନିହାଙ୍ଗ ଗୋଷ୍ଠୀ ହତ୍ୟା କରିଥିବା କୁହାଯାଇଛି । କିଛିଦିନ ପୂର୍ବରୁ ବ୍ୟକ୍ତି ଜଣଙ୍କ ନିହାଙ୍ଗ ଗାଷ୍ଠୀ ସହ ରହୁଥିଲେ । ତେବେ ଘଟଣାକୁ ନେଇ ପୋଲିସରେ ଏଫ୍‌ଆଇଆର୍ ଦାଖଲ କରାଯାଇଛି । ଏବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

Share