ବିଗ୍‌ବସ୍‌ ପାଇଁ ସନା ପ୍ରସ୍ତୁତ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ସନା ମକ୍‌ବୁଲ୍‌ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ‘ବିଗ୍‌ବସ୍‌ ଓଟିଟି ସିଜନ ୩’ରେ ତାଙ୍କୁ ଦେଖିବାକୁ ମିଳିବ। ବିଗ୍‌ବସ୍‌ର ଏହି ସିଜନରେ ସନାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଛୋଟ ପରଦାର ବିଭିନ୍ନ ଧାରାବାହିକ ଓ ରିୟଲିଟି ଶୋ’ ବ୍ୟତୀତ ସନା କେତେକ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ପ୍ରଥମଥର ପାଇଁ ୨୦୦୯ରେ ରିୟଲିଟି ଶୋ’ ‘ଟିନ୍‌ ଡିଭା’ରେ ଭାଗ ନେଇଥିଲେ। ଏହାବ୍ୟତୀତ ସନା ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି। ‘କିତ୍‌ନି ମହବତ୍ତ ହେ ୨’, ‘ଇସ୍‌ ପ୍ୟାର୍‌ କା କ୍ୟା ନାମ ଦୁଁ’ ଓ ‘ଆଦତ ସେ ମଜବୁର୍‌’ ଭଳି ଧାରାବାହିକରେ କାମ କରିଛନ୍ତି। ତେବେ କିଛିଦିନ ଧରି ସନା ହେପାଟାଇଟିସ୍‌ରେ ପୀଡ଼ିତ ଥିବାରୁ ତାଙ୍କୁ ଅନେକ ଧାରାବାହିକ ଓ ଶୋ’ ହରାଇବାକୁ ପଡିଥିଲା। ତାଙ୍କୁ ଶେଷଥର ପାଇଁ ୨୦୨୧ରେ ‘ଫିଅର ଫ୍ୟାକ୍ଟର: ଖତ୍‌ରୋ କେ ଖିଲାଡି ୧୧’ରେ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ସେ ‘ବିଗ୍‌ବସ୍‌ ଓଟିଟି ୩’ ସହ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏଥର ଅନିଲ କାପୁର ‘ବିଗ୍‌ବସ୍‌ ଓଟିଟି ୩’ର ଆୟୋଜନ କରୁଥିବା ଦେଖିବାକୁ ମିଳିବ। ବିଗ୍‌ବସ୍‌ର ଏହି ସିଜନରେ ସନାଙ୍କ ବ୍ୟତୀତ ବିଭିନ୍ନ ଟିଭି ଅଭିନେତା, ସଂଗୀତଜ୍ଞ ଓ କ୍ରୀଡ଼ା ତାରକା ମଧ୍ୟ ଅଂଶଗ୍ରହଣକାରୀ ଭାବେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ...

ନିଆଁ ଲଗାଇ କ୍ଷମା ମାଗିଲେ ମନ୍ତ୍ରୀ

ହାଇଦ୍ରାବାଦ: ତେଲଙ୍ଗାନାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଣ୍ଡା ସୁରେଖା ବୁଧବାର ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବିବାଦୀୟ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…

ବମ୍ବେ: ୧୯୭୩ ମସିହା ଜୁନ୍‌ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ...

୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ...

ନାଗା ଚୈତନ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ଉଠିଲା ଝଡ଼: ବର୍ଷିଲେ ନାଗାର୍ଜୁନ

ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଛାଡପତ୍ର ହୋଇଛି। ଉଭୟ ଆଗକୁ ବଢିଛନ୍ତି। ନାଗା ଏବେ ଅଭିନେତ୍ରୀ ଧୂଲିପାଲାଙ୍କୁ ଡେଟ୍‌ କରୁଛନ୍ତି।...

କେବେ ଆସିବ ସେହି ଶୁଭଦିନ: ଦିନ ଗଣୁଛନ୍ତି ବରୁଣ

ବରୁଣ ଧାଓ୍ବନ ଏବେ ଦିନ ଗଣିବାରେ ବ୍ୟସ୍ତ। କାରଣ ସେ ଯେଉଁ ଫିଲ୍ମଟିକୁ ନେଇ ଢ଼େର ଆଶା ବାନ୍ଧି ବସିଛନ୍ତି ତାହା ଚଳିତ ବର୍ଷ ଡିସେମ୍ବର...

ଫିଲ୍ମ କ୍ୟାରିୟରକୁ ନେଇ ଚିନ୍ତାରେ ସୋନାକ୍ଷୀ

ସୋନାକ୍ଷୀ ସିହ୍ନା ଇତି ମଧ୍ୟରେ ହାତକୁ ଦି’ହାତ ହୋଇସାରିଛନ୍ତି। ତେବେ ଯେହେତୁ ବର୍ତ୍ତମାନ ସେ ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଛନ୍ତି, ତେଣୁ ଏହି ଅବସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri