୮ କୋଟି ଟଙ୍କାର ହେଲିକପ୍ଟର କିଣିଲେ ସନା

ମୁମ୍ବାଇ: ଅଭିନେତ୍ରୀ ସନା ଖାଁ ନିଜ ପର୍ସନାଲ ଲାଇଫକୁ ନେଇ ଏବେ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ସେ ୮ କୋଟି ଟଙ୍କା ମୂଲ୍ୟର ଏକ ହେଲିକପ୍ଟର କିଣିଥିବା ସୂଚନା ଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଫଟୋ ସହ ଏହି ଖବରକୁ ସନା ଶେୟାର କରିଥିବା ବେଳେ ଏବେ ଏହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଅନେକ ଗୁଡିଏ ରିୟଲିଟି ଶୋ’ରେ କାମ କରି ସେ ଦର୍ଶକଙ୍କ ପରିଚିତ ଅଭିନେତ୍ରୀ ପାଲଟି ଯାଇଛନ୍ତି । ସନାଙ୍କ ଜନ୍ମ ୨୧ ଅଗଷ୍ଟ ୧୯୮୮ରେ ମୁମ୍ବାଇରେ ହୋଇଥିବା ବେଳେ ତାଙ୍କ ମାତାପିତା କେରଳ ବାସିନ୍ଦା । ଏବେ କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଥିବା ସନା କିଛି ବର୍ଷ ହେବ ନିଜ ମାତାପିତାଙ୍କୁ ଭେଟି ନ ଥିବା କୁହନ୍ତି । ସେ ନିଜର କ୍ୟାରିୟର ୨୦୧୨ରେ ବିଗ୍ ବସ୍ ୬ରୁ ଆରମ୍ଭ କରିଥିଲେ । ଏହାସହ ବଲିଉଡ୍‌ର କିଛି ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି ସନା । ତେବେ ସଲମାନଙ୍କ ଫିଲ୍ମ ‘ଜୟ ହୋ’ରେ ଅଭିନୟ କରିବା ପରେ ସେ ଆସିଥିଲେ ଚର୍ଚ୍ଚାକୁ ।

Share