ଶୀଘ୍ର ମା’ ହେବାକୁ ଚାହୁଁଛି: ସନା

ବମ୍ବେ: ପ୍ରେମିକଙ୍କଠାରୁ ଅଲଗା ହେବା ପରେ ପ୍ରଥମେ ଅଭିନୟଜଗତ ଛାଡ଼ିଥିଲେ ଅଭିନେତ୍ରୀ ସନା ଖାନ। ଆଉ ଏବେ ବିବାହ କରି ସେ ଚର୍ଚ୍ଚାରେ। ମୁଫ୍‌ତି ଅନସଙ୍କ ହାତ ଧରିଥିବା ସନା ଶୀଘ୍ର ମା’ ହେବାକୁ ଚାହୁଁଛନ୍ତି।

୨୦୧୭ରେ ମକ୍କା ଯାଇଥିବା ବେଳେ ଅନସଙ୍କୁ ଭେଟିଥିଲେ ସନା। ଭାରତ ଫେରୁଥିବା ବେଳେ ଉଭୟ ପରସ୍ପର ଅଳ୍ପ ସମୟ କଥାହୋଇଥିଲେ। ଧର୍ମ ସମ୍ପର୍କିତ ବାର୍ତ୍ତାଳାପ ପାଇଁ ୨୦୧୮ ଶେଷ ଆଡ଼କୁ ସନା ଅନସଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହାପରେ ୨୦୨୦ରେ ସେମାନେ ବିବାହ କରିଛନ୍ତି।

ଅନସଙ୍କ ବହୁତ ଭଲ ଗୁଣ ରହଛି। ଯେପରି ସେ ରାଗି ନୁହନ୍ତି। ହଠାତ କାହାକୁ ନେଇ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ସମସ୍ତଙ୍କୁ ସମୟ ଦେବା ସହ ଉଚିତ ବୁଝାମଣା ଯୋଗୁ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ସନା କୁହନ୍ତି। ସ୍ବାମୀ ସନ୍ତାନ ଜନ୍ମ ପାଇଁ ସମୟ ନିଅନ୍ତୁ ବୋଲି କହିଥିଲେ ହେଁ ସେ ଶୀଘ୍ର ମା’ ହେବାକୁ ଚାହୁଁଥିବା କହିଛନ୍ତି ଅଭିନେତ୍ରୀ।

Share