ମୌଲାନାଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ସନା: ଭାଇରାଲ ହେଉଛି ରୋମାଣ୍ଟିକ ପୋଷ୍ଟ

ବମ୍ବେ: ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ମେଲଭିନ ଲୁଇସଙ୍କଠାରୁ ଅଲଗା ହେବା ପରେ ଗ୍ଲାମର ଓ୍ବାଲ୍ଡ ଛାଡ଼ିଥିଲେ ସନା ଖାନ୍‌। ଏବେ ସେ ବିବାହ କରିନେଇଛନ୍ତି। ମୌଲାନା ମୁଫ୍‌ତି ଅନସ ଖାନଙ୍କ ହାତ ଧରିଛନ୍ତି ସେ। ଗୋଟିଏ ପଟେ ସନା ନିଜ ବିବାହର ଅନେକ ଫଟୋ ସୋସିଆଲ ପୃଷ୍ଠାରେ ଶେୟାର କରୁଥିବା ବେଳେ ଅନସ ମଧ୍ୟ ସ୍ତ୍ରୀଙ୍କ ପାଇଁ ସୁନ୍ଦର ପୋଷ୍ଟ ଲେଖିଛନ୍ତି। ସନାଙ୍କ ପ୍ରଶଂସକ ଏହା ଦେଖି ବେଶ ଖୁସି ହୋଇଛନ୍ତି। କେହି କେହି ତାଙ୍କୁ ବିବାହକୁ ନେଇ ଶୁଭକାମନା ଜଣାଉଛନ୍ତି।

ହଠାତ ବିବାହ ଖବର ଶୁଣାଇ ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ ସନା। ମେହେନ୍ଦି ସମୟର ଫଟୋ ଶେୟାର କରି ତାଙ୍କ ପ୍ରେମର ଗଭୀରତା ବହୁତ ବୋଲି କହିଥିଲେ। ସେହିଭଳି ଅନସ ମଧ୍ୟ ସନାଙ୍କୁ ଜୀବନକୁ ଆସିଥିବାକୁ ନେଇ ଜଣାଇଛନ୍ତି ଧନ୍ୟବାଦ।

ସଲମାନ ଖାନଙ୍କ ସହ ଫିଲ୍ମ ‘ଜୟ ହୋ’ ପରେ ବିଗ୍‌ବସ୍‌ରେ ନଜର ଆସିଥିଲେ ସନା। ମେଲଭିନଙ୍କଠାରୁ ଅଲଗା ହେବା ପରେ ସେ ବିବାଦ ଘେରକୁ ଆସିଥିଲେ। ଉଭୟ ବିବାହ କରିଥାନ୍ତେ। ହେଲେ ସମ୍ପର୍କରେ ତିକ୍ତତା ଆସିବା କାରଣରୁ ସେମାନେ ଅଲଗା ହୋଇଯାଇଥିଲେ।

Share