Categories: ଜାତୀୟ

ଭୋଟ ବ୍ୟାଙ୍କ ପାଇଁ ବିରୋଧୀ କରୁଛନ୍ତି ସନାତନ ରାଜନୀତି: ଭାଜପା…

ନୂଆଦିଲ୍ଲୀ,୧୨।୯ : ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଅଭିଯୋଗ କରିଛି ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ହୋଇଥିବା ଆକ୍ରମଣ ହେଉଛି ବିରୋଧୀ ଦଳ ’ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ର ଲୁକ୍କାୟିତ ଏଜେଣ୍ଡା। ଏହି ପ୍ରାଚୀନ ଧର୍ମ ସମ୍ପର୍କରେ ଦ୍ରାବିଡା ମୁନ୍ନେଟ୍ରା କାଜାଗାମ (ଡିଏମକେ) ନେତାଙ୍କ କ୍ରମାଗତ ସମାଲୋଚନା ମଧ୍ୟରେ ଦଳ ବିରୋଧୀ ଦଳର ନେତାଙ୍କ ନୀରବତା ଉପରେ ପ୍ରଶ୍ନ କରିଛି।

ଏହି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରି ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଂଗ୍ରେସ ନେତୃତ୍ୱ ଉଦ୍ଦେଶ୍ୟରେ କହିଛନ୍ତି ଯଦି ସୋନିଆ ଗାନ୍ଧୀ ଏହି ପ୍ରସଙ୍ଗରେ ନୀରବ ରୁହନ୍ତି ତେବେ ଏହା ସ୍ପଷ୍ଟ ହୋଇଯିବ ସନାତନ ଧର୍ମକୁ ବିରୋଧ କରିବା ଇଣ୍ଡିଆ ମେଣ୍ଟର ସାଧାରଣ ସର୍ବନିମ୍ନ ରାଜନେତିକ କାର୍ଯ୍ୟକ୍ରମର ଏକ ଅଂଶ ।

ସେହିପରି ଜଣେ ଡିଏମକେ ନେତାଙ୍କ ମନ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେ ବହୁତ ଆଶ୍ଚର୍ଯ୍ୟଜନକ ଭାବେ ଆସିଛନ୍ତି। ଇଂଲିଶରେ ଏକ ପ୍ରବାଦ ଅଛି ‘ଦ କ୍ୟାଟ ଇଜ ଆଉଟ ଅଫ ଦି ବ୍ୟାଗ’, ଅର୍ଥାତ ଯାହା ଚିନ୍ତା କରାଯାଉଥିଲା ତାହା ବାହାରକୁ ଆସିଛି। ତାଙ୍କର ଚିନ୍ତାଧାରା ସମସ୍ତଙ୍କ ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ସନାତନ ଧର୍ମକୁ ବିରୋଧ ଏବଂ ଧ୍ୱଂସ କରିବା ପାଇଁ ଇଣ୍ଡିଆ ମିଳିତ ମେଣ୍ଟ ଗଠନ କରାଯାଇଛି।

କେ. ପେ।ନମୁଡି ‘ସନାତନ ଧର୍ମ’ ବିରୋଧରେ ମନ୍ତବ୍ୟ ଦେଇଥିଲେ ଯେଉଁ କାର୍ଯ୍ୟକ୍ରମରେ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହିତ ତୁଳନା କରଥିଲେ। ପରେ ଡିଏମକେ ଏମପି ଏ ରାଜା ଏହାକୁ ଏଡସ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ବର୍ଣ୍ଣନା କରିଥିଲେ।

ଆମେ କଂଗ୍ରେସ ଏବଂ ଏହି ସହଯୋଗୀ ଦଳଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛୁ। ସେଠାରେ ଥିବା ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ତାଙ୍କ ପୁଅଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇଛନ୍ତି କି? ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ କି ଅନ୍ୟ ଧର୍ମର ଦେବତାମାନଙ୍କୁ ସମାଲୋଚନା କରିବାର ଅଧିକାର ସେମାନଙ୍କର ଅଛି କି? ସେମାନଙ୍କର ସାହସ ଅଛି କି? ସେମାନେ ଏହା କରିପାରିବେ କି? ଆମେ ସମସ୍ତ ବିଶ୍ୱାସକୁ ସମ୍ମାନ କରୁ ଏବଂ ସେମାନେ ଭୋଟ ନାମରେ ନୀରବ ରୁହନ୍ତି। ଏହି ଲୋକମାନେ ଅନ୍ୟ ଧର୍ମ ଉପରେ ନୀରବ ରୁହନ୍ତି, କିନ୍ତୁ ଖୋଲାଖୋଲି ଭାବରେ ସନାତନକୁ ବିରୋଧ କରନ୍ତି । ଭାଜପା ‘ଇଣ୍ଡିଆ’କୁ ଏକ ସ୍ପଷ୍ଟ ପ୍ରସ୍ତାବ ଆଣିବାକୁ ଅନୁରୋଧ କରିବ, ମେଣ୍ଟ ଡିଏମକେ ସମାଲୋଚନାରୁ ନିଜକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରୁ ଏବଂ ଏହା ସେମାନଙ୍କର ଏଜେଣ୍ଡା ନୁହେଁ  କହୁ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି ।

Share