ସତ ହେଲା ସନାୟାଙ୍କ ସ୍ବପ୍ନ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର। ଫିଲ୍ମ ‘ବେଧଡ଼କ’ ଜରିଆରେ ସନାୟା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପିଲାବେଳର ସ୍ବପ୍ନ ସତ ହେବାକୁ ଯାଉଥିବା ସନାୟା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଛୋଟବେଳୁ ବଡ଼ ପରଦାରେ କାମ କରିବା ପାଇଁ ସେ ଆଗ୍ରହୀ ଥିବା କହିଛନ୍ତି। ନିଜକୁ ବଡ଼ ପରଦାରେ ଦେଖିବା ପାଇଁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା କହିଛନ୍ତି। ବେଧଡ଼କ ପାଇଁ ସନାୟା ନିଜକୁ ପ୍ରସ୍ତୁତ କରୁଥିବାବେଳେ ଏ ନେଇ ତାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ୁଥିବା ସେ ପ୍ରକାଶ କରିଛନ୍ତି। ଶଶାଙ୍କ ଖଇତାନ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Share