ରୁଷିଆ ବ୍ୟବହାର ବଦଳାଇଲେ ଆମେରିକା ହଟାଇପାରେ ପ୍ରତିବନ୍ଧକ

ୱାଶିଂଟନ,୧୯ ।୪: ଚଳିତ ସପ୍ତାହରେ ୱାଶିଂଟନରେ ହେବାକୁ ଥିବା ବଡ ଆର୍ଥିକ ବୈଠକ ପୂର୍ବରୁ ଆମେରିକା ଟ୍ରେଜେରୀର ଜଣେ ଅଧିକାରୀ କହିଛନ୍ତି ଯଦି ମସ୍କୋ ତା’ର ବ୍ୟବହାରରେ ପରିବର୍ତ୍ତନ କରେ, ତେବେ ୟୁକ୍ରେନ ଉପରେ ସେନା ଆକ୍ରମଣ କରିବାକୁ ନେଇ ଆମେରିକା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇପାରେ । ସ୍ପୁତନିକର ରିପୋର୍ଟ ଅନୁଯାୟୀ, ସୋମବାର ପିଟରସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାଶନାଲ ଇକୋନମିକ୍ସ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ଡିସକଶନରେ ଆମେରିକା ଉପ ଟ୍ରେଜେରୀ ସଚିବ ୱେଲି ଏଡେମୋ ଏହା କହିଛନ୍ତି । ସେ କହିଛନ୍ତି, ଆମେ ସର୍ବଦା ପ୍ରତିବନ୍ଧକକୁ ହଟାଇବାକୁ ଚାହୁଁଛୁ ଯଦି ରୁଷିଆ ତା’ର ବ୍ୟବହାରରେ ପରିବର୍ତ୍ତନ କରୁଛି । ଏହା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Share