ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା ସହ ନଦୀ ମହାନଦୀ ଗତିପଥ ପରିବର୍ତ୍ତନ ହେଉଛି। ଏଥିସହ ନଦୀ ମଧ୍ୟରେ ବଡ଼ ବଡ଼ ବାଲିପଠା ସୃଷ୍ଟି ହେଉଛି। ଫଳରେ ପୂର୍ବ ଅପେକ୍ଷା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜିଲାରେ ଦେଶୀ ଓ ସାମୁଦ୍ରିକ ମାଛ ମାରିବା ଅସମ୍ଭବ ହେଉଛି। ଦିନ ଥିଲା ଦୈନଦିନ ମହାନଦୀରେ ଜାଲ ବସାଇ ବହୁ କୁଇଣ୍ଟାଲ ମାଛ ଧରୁଥିଲେ। ଅଦ୍ୟାବଧି ମାଛ ୨/୪ କିଲୋ ମାଛ ଧରିବା କଷ୍ଟ ହେଉଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।

ମୌସୁମୀ ବର୍ଷା ଋତୁରେ ଅନିୟମିତତା ଯୋଗୁ ଉପର ମୁଣ୍ଡରୁ ବନ୍ୟାଜଳ ସ୍ରୋତ ହ୍ରାସପାଉଛି। ଅପରପକ୍ଷରେ ନଦୀ ଉପର ମୁଣ୍ଡରୁ ବନ୍ୟା ଓ ଉଦବୃତ୍ତ ବର୍ଷାଜଳ ହ୍ରାସ ପାଇବା ଯୋଗୁ ମାଟି ବାଲି ପଙ୍କ ଜମି ନଦୀ ମଧ୍ୟରେ ବାଲିପଠା ସୃଷ୍ଟି ହେଉଛି। ବାଲି ପଠା ସୃଷ୍ଟିହେବା ଯୋଗୁ ଫେରିଘାଟ ଯାତାୟାତ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି, କେନ୍ଦ୍ରାପଡ଼ା ଜିଲାର ରାମନଗର ପଞ୍ଚାୟତ ବରଜ ବାହାକୁଦ ଗାଁ କୂଳରେ ପ୍ରବାହିତ ମହାନଦୀରେ।

ଆଖଡ଼ାଶାଳୀଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ୫ ରୁ ଊର୍ଦ୍ଧ୍ୱ କି.ମି. ପର୍ଯ୍ୟନ୍ତ ପଠା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଫଳରେ ବାହାକୁଦ ଫେରି ଘାଟ ମହାନଦୀରେ ଡଙ୍ଗା ଚଳାଚଳ କରିବାକୁ ବାଲିପଠା ସୃଷ୍ଟି ଯୋଗୁ ୧ କି.ମି. ବୁଲାଣି ନଦୀପଥ ଦେଇ ପାରାଦୀପ ଶିଳ୍ପ ପାର୍ଶ୍ୱ ମୂଷାଡିଆ ନଦୀ କୂଳରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଯାଇଥାନ୍ତି। ବିଶେଷକରି ପ୍ରବଳ ବର୍ଷା ପବନ ଓ ବନ୍ୟା ଜଳ ସ୍ରୋତ ପ୍ରଭାବରେ ଘାଟ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ସମୁଦ୍ର ମୁହାଣକୁ ଭାସିଯାଉଥିବା ନଜିର ରହିଛି। ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥାଏ। ତେବେ ମହାନଦୀ ମଝିରେ ବାଲି ପଠା ସୃଷ୍ଟି ହେଉଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନଦୀରେ ଡ୍ରେଜିଂ ବା ଖନନ କରାଗଲେ ନଦୀରେ ସ୍ବାଭାବିକ ଭାବେ ସମୁଦ୍ର ମୁହାଣ ଦେଇ ବନ୍ୟା ଓ ଉଦବୃତ୍ତ ବର୍ଷା ଜଳ ସ୍ରୋତ ପ୍ରବାହିତ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଅନେକ ସମୟରେ ମହାନଦୀରେ ବାଲିପଠା ଯୋଗୁ ଡଙ୍ଗା ଯାତାୟାତ ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହେଉଥିବା ନଜିର ରହିଛି ବୋଲି ପୂର୍ବତନ ସରପଞ୍ଚ ବିକାଶ ଚନ୍ଦ୍ର ଦେବନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ

ମହାକାଳପଡ଼ା,୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବବକରପୁର ଗାଁରେ ରହିଛି କବି କାଳିଦାସଙ୍କ ମନ୍ଦିର ା ସେଠାରେ ରହିଛି କବିଙ୍କ ପଥର ନିର୍ମିତ ମୂର୍ତ୍ତି...

ମିଳନ ସରିଲା, ଏବେ ଭାସୁଛନ୍ତି ଅଲିଭ ରିଡ୍‌ଲେ

ବ୍ରହ୍ମପୁର,୧ା୨(ଅଶୋକ କୁମାର ସାହୁ):ଗତ ୩ ମାସ ହେଲା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ସମୁଦ୍ରରେ ମିଳନ ପ୍ରକ୍ରିୟା ଚାଲିଥିଲା। ମିଳନ ପ୍ରକ୍ରିୟା ସରିଥିବା ଶୁକ୍ରବାର ସ୍ପଷ୍ଟ...

ସାର କଳାବଜାରକୁ ନେଇ ତେଜିଲା ଆନ୍ଦୋଳନ:କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ବରଗଡ଼,୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବର୍ତ୍ତମାନ ରବି ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନେକ ସ୍ଥାନରେ ଧାନପହ୍ଲା ରୁଆ ସରିଯାଇ ଥିବାବେଳେ ବିଭିନ୍ନ ଜାଗାରେ ଚାଷୀମାନେ ରୁଆକାର୍ଯ୍ୟରେ ବ୍ୟସ୍ତ...

ଆଜିଠୁ ସବୁ ଟୋଲ୍‌ଗେଟ୍‌ରେ ନିୟମ: ଗାଡ଼ିର ବୀମା ନ ଥିଲେ…

କଟକ,୧ା୨(କାର୍ତ୍ତିକ ସାହୁ):ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ମୋଟର ଯାନର ବୀମାକୁ କଡ଼ାକଡ଼ି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାରଠାରୁ ଇ-ଡିଟେକ୍ସନରେ ଯୋଡ଼ିହେବାକୁ ଯାଉଛି ବୀମା। ମୋଟର ଯାନରେ...

ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ

ଦିଗପହଣ୍ଡି,୩୧ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଡିନଡ଼ା ଗ୍ରାମ ସ୍ଥିତ ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଭାକର ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି।...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କଲେ ଜୟଶଙ୍କର, କହିଲେ ସରକାରଙ୍କ…

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧।୧: ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ...

ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ

ତୁଣ୍ଡଲା,୩୧ା୧(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଦୁଇ ଦିନିଆ ରୌପ୍ୟ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯାଇଛି। ପ୍ରଥମ...

Ganjam: ୧୦୮୦ ଚାଷୀଙ୍କ ଟୋକନ ଅବଧି ବଢ଼ିଲା, ଗୁଜବକୁ ବିଶ୍ବାସ କରନ୍ତୁନି କହିଲେ ଜିଲାପାଳ

ଛତ୍ରପୁର,୩୧।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର କୌଣସି ଚାଷୀଙ୍କ ଟୋକେନ କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଚାଷୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri