ଖଣି ଅଧିକାରୀଙ୍କୁ ପିଟିଲେ ବାଲି ମାଫିଆ: ଟାଉନ ଥାନାରେ ଏତଲା

କୋରାପୁଟ,୨୫।୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ସକାଳୁ କୋରାପୁଟ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ସମୁଖରେ ନବରଙ୍ଗପୁର ପୁର ଅଂଚଳରୁ ଆସୁଥିବା ବାଲି ବୋଝେଇ ଟିପ୍ସରଗୁଡିକୁ ଖଣି ଅଧିକାରୀ ଓ ଅତରିକ୍ତ ଖଣି ଅଧିକାରୀ ଗାଡିଗୁଡିକୁ ଅଟକାଇ ଯାଞ୍ଚ କରୁଥିବା ଖବର ପାଇ କିଛି ବାଲି ମାଫିଆ ଘଟଣାସ୍ଥଳରେ ପହଂଚି ଖଣି ଅଧିକାରୀଙ୍କ କାହିଁକି ଯାଞ୍ଚ କରୁଛ ବୋଲି କହିବା ସହ ପାଟିତୁଣ୍ଡ କରିଥିଲେ।
ଏ ନେଇ ଉଭୟଙ୍କ ମଧ୍ୟରେ ବଚସା ତୀବ୍ର ରୂପ ନେଇଥିଲା। ସେତେବେଳେ ଉପସ୍ଥିତ ବାଲି ମାଫିଆ ଯାଞ୍ଚ କରୁଥିବା ଖଣି ଅଧକାରୀଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ୨ ଖଣି ଅଧିକାରୀ କୋରାପୁଟ ଟାଉନ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି। ବର୍ତ୍ତମାନ ବେଆଇନ ଭାବେ ବାଲି ଚାଲାଣ କରୁଥିବା କିଛି ଟିପର, ଟ୍ରାକ୍ଟର ଓ ହାଇଓ୍ବାକୁ ଅଟକ ରଖାଯାଇଥିବା ସୂଚନା ମିଳିଛି।