ରାସ୍ତାରେ ବାଲି ଗଦା, ବଢୁଛି ଜନ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୯ା୧୨:ଜଗତ୍‌ସିଂହପୁର ଜିଲାରେ ବାଲିଘାଟ ନିଲାମ କରି ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ପାଉଛନ୍ତି। କିନ୍ତୁ ରାସ୍ତା ଓ ଲୋକଙ୍କ ସ୍ବାର୍ଥକୁ ଗୌଣ କରାଯାଉଥିବାରୁ ଜନ ଅସନ୍ତୋଷ ବଢ଼ୁଛି। ବିଶେଷକରି ବାଲି ବୋଝେଇ ହାଇୱାଗୁଡିକ ତୀବ୍ର ଗତିରେ ଯାତାୟାତ କରୁଥିବାରୁ ଦୁର୍ଘଟଣା ଘଟୁଛି। ଅଧିକାଂଶ ହାଇୱା ଡାଲା ଉପରେ ପାଲ ଘୋଡାଉ ନାହାନ୍ତି। ଏହାଦ୍ୱାରା ବାଲି ଉଡି ରାସ୍ତାରେ ଯାଉଥିବା ସାଇକେଲ ଓ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। କେବଳ ଏତିକି ନୁହେଁ, ରାସ୍ତାରେ ବାଲି ଗଦା ହୋଇ ରହୁଥିଲେ ସୁଦ୍ଧା ସେଗୁଡିକୁ ସଫା କରାଯାଉ ନ ଥିବାରୁ ରାତିରେ ଦୁର୍ଘଟଣା ଚିନ୍ତା ବଢ଼ାଉଛି। ଜିଲା ପ୍ରଶାସନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ ଥିବା କଟକଣା ମଧ୍ୟ ପାଳନ ହେଉନାହିଁ। ଏସବୁ କାରଣରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜଗତ୍‌ସିଂହପୁର-ଆଳିପିଙ୍ଗଳ ରାସ୍ତା କଥା ଆଲୋଚନା ପରିସରକୁ ନିଆଯାଇପାରେ। ଏହି ରାସ୍ତାରେ ପ୍ରତ୍ୟହ ସହସ୍ରାଧିକ ଭାରିଯାନ ଚଳାଚଳ କରୁଛି। ଆଳିପିଙ୍ଗଳ ନିକଟ ଦେବୀ ନଦୀ ଆରପଟ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ କେତକେଶ୍ୱର ଓ ସିଠାଳୋ ବାଲିଘାଟରୁ ବାଲି ବୋଝେଇ ହାଇୱା ଓ ଟ୍ରକ୍‌ଗୁଡିକ ଜଗତ୍‌ସିଂହପୁର ଜିଲାକୁ ଆସୁଛି। ଏଥିସହ ଦେବୀ ନଦୀର ଅନ୍ୟ ବାଲିଘାଟରୁ ବହୁ ସଂଖ୍ୟକ ବାଲି ବୋଝେଇ ଭାରିଯାନ ଆଳିପିଙ୍ଗଳ-ଦେବୀଦୋଳ ରାସ୍ତାରେ ଯାତାୟାତ କରୁଛି। ଏହି ଭାରିଯାନଗୁଡିକ କ୍ଷମତାଠାରୁ ଅଧିକ ପରିମାଣର ବାଲି ବୋଝେଇ କରି ଅବାଧରେ ରାସ୍ତାରେ ଯାଉଥିଲେ ସୁଦ୍ଧା ସେଗୁଡିକ ଉପରେ କଟକଣା କରାଯାଉ ନାହିଁ। ପୋଲିସ ଓ ରାଜସ୍ବ କର୍ମଚାରୀମାନେ ବାଲିଘାଟ ନିଲାମଧାରୀଙ୍କଠାରୁ ମାସିକିଆ ଚାନ୍ଦା ନେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ରାସ୍ତାଗୁଡ଼ିକରୁ ବାଲି ସଫା କରାଯାଉ ନ ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ବଡ କଥା ହେଲା ଓଭରଲୋଡିଂ ଭାରିଯାନଗୁଡ଼ିକ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଅନେକ ସ୍ଥାନରେ ରାସ୍ତା ଖାଲ ହେବା ସହ ଫାଟି ଯାଇଛି । ବାଲି ଗାଡି ଡାଲା ଉପରେ ପାଲ ଆଦି ଘୋଡାଯାଉ ନ ଥିବାରୁ ରାସ୍ତାରେ ପଡିବା ସହ ପାର୍ଶ୍ୱବର୍ତ୍ତୀ ଜନବସତି ପ୍ରତି ବିପଦ ସୃଷ୍ଟି କରୁଛି। ଏହି ଗାଡ଼ିଗୁଡିକ ଯୋଗୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏପରି କି କୌଣସି ରୋଗୀ, ଗର୍ଭବତୀ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ରାସ୍ତାରେ କାର୍‌ରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।
ଏଥିପାଇଁ ରୋଗୀ ଓ ଗର୍ଭବତୀ ଅନେକ ସମୟରେ ଅଟୋ ଓ ବାଇକ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଅତୀତରେ ବାଲି ବୋଝେଇ ହାଇୱା ଯୋଗୁ ରାସ୍ତା ଖରାପ ଓ ଦୁର୍ଘଟଣା ଘଟୁଥିବା ଦର୍ଶାଇ ଲୋକେ ଆନ୍ଦୋଳନ କରିଥିଲେ। ଏନେଇ କିଛି ଦିନ ପରିସ୍ଥିତି ସ୍ବାଭାବିକ ହୋଇଥିଲେ ସୁଦ୍ଧା ଏବେ ଯଥା ପୂର୍ବ ତଥା ପର ସ୍ଥିତିରେ ରହିଛି । ଗଳଧାରୀ ଓ ଏରଡ଼ା ବାଲିଘାଟରୁ ପ୍ରତ୍ୟହ ଶତାଧିକ ଟ୍ରିପ୍‌ ବାଲି ନଦୀ ବନ୍ଧ ରାସ୍ତାରେ ଯାଉଛି। ପାଖାପାଖି ୬ବର୍ଷ ତଳେ ଏହି ରାସ୍ତା ନବୀକରଣ କରାଯାଇଥିଲା । କିନ୍ତୁ ଏବେ ଏହି ରାସ୍ତାରେ ଚାଲିକରି ଯିବା କଷ୍ଟକର ହୋଇ ପଡିଛି। ବିଶେଷକରି ରାତିରେ ପରିସ୍ଥିତି ଜଟିଳ ହୋଇଯାଉଛି। ଦେବୀ ନଦୀ ପାର୍ଶ୍ୱ ଏହି ରାସ୍ତା ନିର୍ମାଣ ସମୟରେ ଲୋକେ ଆଶ୍ୱସ୍ତ ହୋଇଥିଲେ। କାରଣ ଜଗତ୍‌ସିଂହପୁରରୁ ଦେବୀଦୋଳ ପର୍ଯ୍ୟନ୍ତ ଏହି ରାସ୍ତାଟି ଲୋକଙ୍କ ପାଇଁ ଅଧିକ ଉପଯୋଗୀ ଅନୁଭବ କରାଯାଉଥିଲା। କିନ୍ତୁ କମ୍‌ ଦିନ ଭିତରେ ଏହା ଖରାପ ହୋଇଯାଇଥିଲା। ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ରାସ୍ତାର ଉନ୍ନତୀକରଣ ପାଇଁ ୯ କୋଟି ୮୪ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟ ଘୋଷଣା କରିଛନ୍ତି। ସେହିପରି ଜଗତ୍‌ସିଂହପୁର-ଆଳିପିଙ୍ଗଳ ପ୍ରଶସ୍ତୀକରଣ ଓ ଦୃଢୀକରଣ ନେଇ ୧ କୋଟି ୩୭ ଲକ୍ଷ ୨୧ ହଜାର ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ତେବେ ରାସ୍ତା କାମ ପରେ ପୁଣି ଖରାପ ହେବା ଭୟ ଲୋକଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କୁହନ୍ତି, ଓଭର ଲୋଡ୍‌ ଓ ବାଲି ବୋଝେଇ ଗାଡ଼ିର ଡାଲା ଉପରେ ପାଲ ବା ଜରି ଘୋଡା ଯାଉ ନ ଥିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର

ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍...

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ...

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image