ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର,୨୯।୫(ଶର୍ମିଷ୍ଠା ପାଣିଗ୍ରାହୀ):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଜୟ ଜଗନ୍ନାଥ, ବୋଧହୁଏ କୋଭିଡ୍‌ ପରବର୍ତ୍ତୀ ଶ୍ୱାସକ୍ରିୟା ଜନିତ ସମସ୍ୟା କାରଣରୁ ମୁଁ ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଛି। ଡାକ୍ତରମାନେ ମୋ ସ୍ବାସ୍ଥ୍ୟର ତଦାରଖ କରୁଛନ୍ତି। ତାଙ୍କର ଏହି ପୋଷ୍ଟ ପରେ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି।

Share