କେନ୍ଦୁଝର,୨୦ା୪(ସ୍ବ.ପ୍ର.): ପାଟଣା ଓ ସାହାରପଡ଼ା ତହସିଲ ଅଞ୍ଚଳ ଦେଇଯାଇଥିବା ବୈତରଣୀ ନଦୀପଠାରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଚାଲିଥିବା ଜଣାପଡ଼ିଛି। ଏବେ ମଧ୍ୟ କିଆପଡ଼ା ଓ ପାଟନାଳି ଗ୍ରାମ ନିକଟରେ ବହୁ ପରିମାଣରେ ବାଲି ଗଛିତ ରହିଛି। ଏନେଇ ଧରପଗଡ଼ କରି ବେଆଇନ କାମ ବନ୍ଦ କରିବା ସହ ଜବତ କରିବାକୁ ଦାବି ହେଉଛି। ବିନା ଲିଜ୍ରେ ଚୋରାରେ ବାଲି ଚାଲାଣ ହେଉଥିବାରୁ ଲିଜ୍ ବେଳକୁ ବାଲି ମିଳିବ ନାହିଁ। ବିଶେଷକରି ରାତିରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ଏହା ଦ୍ୱାରା ପରିବେଶ କ୍ଷତିଗ୍ରସ୍ତ ହେବା ସହ ନଦୀର ଗତିପଥ ବଦଳିଯିବା ଆଶଙ୍କା ରହୁଛି। ଏଣୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଜିଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି।