ବାଲି ଚୋରା ଚାଲାଣ ଘଟଣା: ୯୦ ହଜାର ଜରିମାନା ଗଣିଲେ ଗାଡ଼ି ମାଲିକ

କେସିଙ୍ଗା,୨୪।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ରାଜସ୍ବ ନିରୀକ୍ଷକ ଅଧୀନ ବୋରିଆ ଗ୍ରାମ ନିକଟରେ ଥିବା ଦେହେରେନ ଜୋରଠାରୁ ସୋମବାର ଚୋରା ବାଲି ଚାଲାଣ ହେଉଥିଲା। ଖବରପାଇ ରାଜସ୍ବ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଜୋର ଭିତରେ ଥିବା ଜେସିବି ମେଶିନ ଓ ୪ଟି ହାଇଓ୍ବା ଗାଡିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ଟି ହାଇୱାକୁ କେସିଙ୍ଗା ଥାନାକୁ ନେଇ ଥିଲେ। ବହୁଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଏ ନେଇ କେସ ନଂ. ୪୦,୪୧,୪୨,୪୩ /୨୦୨୨ରେ ମାମଲା ରୁଜୁ କରାଯାଇ ଥିଲା । ପରେ ଗାଡି ମାଲିକ କେସିଙ୍ଗା ଥାନାରେ ପହଞ୍ଚି ୯୦ ହାଜର ଟଙ୍କା ଜରିମାନା ପୈଠ କଲାପରେ ହାଇଓ୍ବା ଗାଡ଼ିକୁ ଛାଡି ଦିଆ ଯାଇଥିଲା।