ଡ୍ରଗ୍ସ କାରବାରରେ ବିବେକ ଓବରୟଙ୍କ ଶଳା ଗିରଫ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଶଳା ଆଦିତ୍ୟ ଅଲ୍‌ଭାଙ୍କୁ ସ୍ୟାଣ୍ଡେଲଓଡ୍‌ ଡ୍ରଗ୍ସ ମାମଲାରେ ବାଙ୍ଗାଲୋର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏହି ଅବସରରେ ଅଭିନେତା ବିବେକଙ୍କ ଘରର ଛାନଭିନ୍‌ ମଧ୍ୟ କରିଥିଲା। ଆଦିତ୍ୟ ହେଉଛନ୍ତି କର୍ଣ୍ଣାଟକ ସରକାରର ମନ୍ତ୍ରୀ ଜିବରାଜ ଅଲଭାଙ୍କ ପୁଅ।
ଆଦିତ୍ୟଙ୍କ ବିରୋଧରେ ସେପ୍ଟେମ୍ବର ୪ରେ ପଣ୍ଟପେଟ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା। କନ୍ନଡ ଅଭିନେତ୍ରୀ ଡ୍ରଗ୍ସ ମାମଲାରେ ୧୨ ଲୋକଙ୍କ ନାମରେ ତାଙ୍କ ନାମ ରହିଥିଲା।

Share