ଯୋଡ଼ା,୨୪ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବିରିକଳା ପଞ୍ଚାୟତ କାର୍ଯ୍ୟାଳୟ ପଛ ପାର୍ଶ୍ୱରେ ଥିବା ଚନ୍ଦନ ଗଛ ବଣରେ ନିଆଁ ଲାଗି ଛାରଖାର ହୋଇଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଚାଲି ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ପୁରୁଷୋତ୍ତମ ସାହୁ, ପୂର୍ବତନ ନାଏବ-ସରପଞ୍ଚ ବିଷ୍ଣୁ ଖିଲାର୍‌, ରାଜା ସାହୁ ପହଞ୍ଚତ୍ ବିଲେଇପଦl ଅଗ୍ନିଶମ ବାହିନୀ କାର୍ଯ୍ୟାଳୟକୁ ଫୋନ ମାଧ୍ୟମରେ ଜଣାଇଥିଲେ। ଅଗ୍ନିଶମ ଅଧିକାରୀ ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

Share