ବମ୍ବେ: ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘କେଶରୀ’ ଏବଂ ସୁଶାନ୍ତ ସିଂହଙ୍କ ସହ ଫିଲ୍ମ ଏମ୍ଏସ୍ ଧୋନୀରେ ନଜର ଆସିଥିଲେ ଅଭିନେତା ସନ୍ଦିପ ନାହର। ନିକଟରେ ସେ ଆତ୍ମହତ୍ୟା କରି ପ୍ରଶଂସକଙ୍କୁ ଚକିତ କରିଥିଲେ। ଏହାକୁ କିଛି ଦିନ ବିତିଥିଲେ ହେଁ ପୁଅ ସନ୍ଦିପଙ୍କ ଆତ୍ମହତ୍ୟାକୁ ଗ୍ରହଣ କରିପାରୁନାହାନ୍ତି ତାଙ୍କ ମା’। ଆତ୍ମହତ୍ୟା ପରେ ପୁଅଙ୍କ ମୃତଦେହକୁ ଦେଖିବା ମାତ୍ରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ମୋ ହିରୋ ଚାଲିଗଲା, ମୋତେ ବମ୍ବେ ବୁଲାଉଥିବା ପୁଅ ଚାଲିଗଲା ବୋଲି ସେ କହୁଥିବା ମଧ୍ୟ ନଜର ଆସିଥିଲା। ଏବେ ବି ପୁଅଙ୍କୁ ଝୁରି ହେଉଛନ୍ତି ସେ।
ଆତ୍ମହତ୍ୟା ପୂର୍ବରୁ ଫେସବୁକ୍ରେ ଏକ ପୋଷ୍ଟ କରିଥିଲେ ସନ୍ଦିପ। ଭିଡିଓ କରି ସେ ନିଜ ସ୍ତ୍ରୀ ଏବଂ ଶାଶୁଙ୍କ ଉପରେ ବଡ଼ ଧରଣର ଅଭିଯୋଗ କରିଥିଲେ। ଏହାପରେ ସେ ଆତ୍ମହତ୍ୟା କରିନେଇଥିଲେ। ମୁମ୍ବାଇରେ ତାଙ୍କ ମୃତଦେହକୁ ପୋଲିସ ଜବତ କରିବା ପରେ ପୋଷ୍ଟମର୍ଟମ କରାଯାଇଥିଲା। କାଲକା ସ୍ଥିିତ ପୈତୃକ ବାସଭବନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।