Categories: ଜାତୀୟ

ରାହୁଲ ସମ୍ଭାଳନ୍ତୁ ଦଳର ମଙ୍ଗ: ରକ୍ତରେ ଚିଠି ଲେଖିଲେ ଏହି କଂଗ୍ରେସ ନେତା

ନୂଆଦିଲ୍ଲୀ,୨୪।୯: କଂଗ୍ରେସରେ ନୂଆ ଅଧ୍ୟକ୍ଷ ଚୟନ ନେଇ ଟଣାଓଟରା ଚାଲିଛି। ସୋମବାର ଆଯୋଜିତ ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଦଳ ନୂଆ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରୁ ବୋଲି ସୋନିଆ ଗାନ୍ଧୀ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ୨ ଗୋଷ୍ଠିରେ ବାଣ୍ଟି ହୋଇଯାଇଛି। ଗୋଟିଏ ପକ୍ଷ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ପକ୍ଷ ଗାନ୍ଧୀ ପରିବାର ବହାରୁ ନେତୃତ୍ୱ ଚୟନ ପାଇଁ ବିଚାର କରୁଛି। ଇତିମଧ୍ୟରେ କଂଗ୍ରେସ ନେତା ସନ୍ଦୀପ ତନଓ୍ବର ନିଜ ରକ୍ତରେ ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ହାତରେ ଦଳର ମଙ୍ଗ ଦିଆଯାଉ ବୋଲି ଦାବି କରିଛନ୍ତି। ଯଦି ରାହୁଲଙ୍କୁ ଦଳର ଅଧ୍ୟକ୍ଷ କରା ନ ଯାଏ ତେବେ ଏହି ନିଷ୍ପତ୍ତି ଦଳ ବିରୋଧୀ ହେବ ବୋଲି ସନ୍ଦୀପ କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଚିଠିରେ ସନ୍ଦୀପ ଉଲ୍ଲେଖ କରିଛନ୍ତି ଯେ, ଦଳକୁ ଗଢ଼ିବା ପାଇଁ ରାହୁଲ ଦିନରାତି ଏକ କରିଦେଇଛନ୍ତି। ଖରାପ ସମୟରେ ଦେଶବାସୀଙ୍କ ସ୍ବର ହୋଇ ସେ ଏକାକି ଲଢ଼େଇ କରିଛନ୍ତି। ଯଦି ରାହୁଲଙ୍କୁ ଦଳର ଅଧ୍ୟକ୍ଷ ନ କରାଯାଏ ତେବେ ଏହା ଦଳର ହିତରେ ଯିବ ନାହିଁ ବୋଲି ସନ୍ଦୀପ କହିଛନ୍ତି।

Share