Categories: ଖେଳ

ରଣଜୀ ମ୍ୟାଚରେ ସନ୍ଦୀପଙ୍କ ଲଢୁଆ ଶତକ, ଜମ୍ମୁ-କଶ୍ମୀର ଆଗରେ ବିଜୟ ଲକ୍ଷ୍ୟ ୧୪୯ ରନ୍‌

ଭୁବନେଶ୍ୱର, ୨୧।୧: କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପାଇଁ ଲଢୁଆ ଶତକ ହାସଲ କରିଛନ୍ତି ସନ୍ଦୀପ ପଟ୍ଟନାୟକ। ବୋଲରଙ୍କୁ ସୁହାଉଥିବା ଉଇକେଟରେ ତୃତୀୟ ଦିନର ଲଞ୍ଚ ସୁଦ୍ଧା ଓଡ଼ିଶା ଏହାର ଦ୍ୱିତୀୟ ପାଳିରେ ସମସ୍ତ ଉଇକେଟ ହରାଇ ୧୯୮ ସ୍କୋର କରିଥିଲା। ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଓଡ଼ିଶାର ଉଇକେଟ ପଡ଼ିଚାଲିଥିବା ବେଳେ ସନ୍ଦୀପ ଅନ୍ୟପଟେ ଦୃଢ଼ ଭାବେ ଛିଡା ହୋଇ ୧୮୭ ବଲରେ ନିଜର ଶତକ ପୁରାଣ କରିଥିଲେ।

ପ୍ରଥମ ଇନିଂସରେ ଆଗୁଆ ଥିବା ଜମ୍ମୁ କଶ୍ମୀର ୧୪୯ ରନର ବିଜୟ ଲକ୍ଷ୍ୟକୁ ପିଛାକରି ମାତ୍ର ୭ ରନରେ ଦୁଇ ଉଇକେଟ ହରାଇଛି। ଓଡ଼ିଶା ପାଇଁ ଷ୍ଟ୍ରାଇକ ବୋଲର ରାଜେଶ ମହାନ୍ତି ଦୁଇଟିଯାକ ଉଇକେଟ ନେଇଛନ୍ତି। ଏହି ମ୍ୟାଚରେ ବିଜୟ ପାଇଁ ଓଡିଶାକୁ ଆଉ ୮ ଉଇକେଟ ଆବଶ୍ୟକ ଥିବା ବେଳେ ଅନ୍ୟପଟେ ଜମ୍ମୁ କଶ୍ମୀରକୁ ବିଜୟ ପାଇଁ ୧୪୯ ରନର ଲକ୍ଷ୍ୟକୁ ଅତିକ୍ରମ କରିବାକୁ ପଡିବ।

Share