ରବିବାର ୫ଟା ପରେ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୧୩।୭: ସୋମବାର ବାହୁଡା ଯାତ୍ରା ଥିବାରୁ ରବିବାର ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ ରହିବ। ୫ଟା ପରେ ଜନ୍ମବେଦୀରେ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ। ଏ ନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ।
ଅନ୍ୟପକ୍ଷେ ଶୁକ୍ରବାର ବଡ଼ଠାକୁର ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ ହୋଇଥିବାବେଳେ ଶନିବାର ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର ନିକଟରେ ରଖାଯାଇଛି।

Share