Categories: ଜାତୀୟ

ସନ୍ଦୀପ ଘୋଷଙ୍କୁ ପଲିଗ୍ରାଫ ଟେଷ୍ଟରେ ପଚରାଗଲା ୨୫ ପ୍ରଶ୍ନ

କୋଲକାତା,୨୪।୮: ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ଏହି ସମୟରେ ସଞ୍ଜୟଙ୍କ ସହ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ଏଥିରେ ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ମଧ୍ୟ ସାମିଲ ହୋଇଥିଲେ। ସିବିଆଇ ତାଙ୍କୁ ମୋଟ ୨୫ଟି ପ୍ରଶ୍ନ ପଚାରିଥିଲା।

ଏହି ପ୍ରଶ୍ନ ଗୁଡିକ ମଧ୍ୟରେ ଥିଲା, ଆପଣଙ୍କ ନାଁ କ’ଣ, ଆପଣ କେତୋଟି ମୋବାଇଲ ବ୍ୟବହାର କରନ୍ତି, ମୋବାଇଲ ନମ୍ବର କ’ଣ, ଆପଣଙ୍କ ଜନ୍ମ କୋଲାକାତାରେ କି ନା, ଘଟଣା ଦିନ ଆପଣ ହସ୍ପିଟାଲରେ ଥିଲେ କି ନା। ଏହିପରି ୨୫ ଟି ପ୍ରଶ୍ନ କରାଯାଇଛି ସନ୍ଦୀପ ଘୋଷଙ୍କୁ।

ସୂଚନାଯୋଗ୍ୟ, ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ଆର.ଜି କର ମହାବିଦ୍ୟାଳୟର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଅନ୍ୟ ୫ଜଣଙ୍କର ଏହି ଟେଷ୍ଟ ଚାଲିଛି। ସିବିଆଇ ସାତ ଜଣଙ୍କ ଉପରେ ପଲିଗ୍ରାଫ ଟେଷ୍ଟ କରୁଛି। ଏଥିରେ ଚାରିଜଣ ଡାକ୍ତର ଏବଂ ଜଣେ ସ୍ବେଚ୍ଛାସେବୀ ଅଛନ୍ତି।
ଏହି ଚାରିଜଣ ଡାକ୍ତର ମଧ୍ୟ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରତ ଟ୍ରେନି ଡାକ୍ତର ଅଟନ୍ତି ଏବଂ ସେମାନେ ସେହି ସମାନ, ଯେଉଁମାନେ ସେହି ରାତିରେ ଘଟଣା ପୂର୍ବରୁ ପୀଡିତାଙ୍କ ସହ ରାତ୍ରୀ ଭୋଜନ କରିଥିଲେ। ମୋଟ ୭ଜଣ ଲୋକ ପଲିଗ୍ରାଫ ଟେଷ୍ଟ ଦେଉଛନ୍ତି। ଏଥିମଧ୍ୟରୁ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ଜେଲରେ ଚାଲିଥିବାବେଳେ ସନ୍ଦୀପ ଘୋଷଙ୍କ ସମେତ ଅନ୍ୟମାନଙ୍କ ପରୀକ୍ଷା ସିବିଆଇ କାର୍ଯ୍ୟାଳୟରେ ଚାଲିଛି।

Share