Categories: ଫୁରସତ

ପ୍ରସାଦ ବଦଳରେ ମିଳୁଛି ବର୍ଗର, ସାଣ୍ଡଓ୍ବିଚ୍‌,

ଚେନ୍ନାଇ: ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଉଛି ବର୍ଗର ଓ ସାଣ୍ଡଓ୍ବିଚ୍‌। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଚେନ୍ନାଇ ପାଡାପ୍ପାଇରେ ଥିବା ଦୁର୍ଗା ପୀଠରେ। ତେବେ ପୀଠକୁ ଆସୁଥିବା ଭକ୍ତଙ୍କୁ ଲଡୁ, ନଡ଼ିଆ, ଉଖୁଡ଼ା ବଦଳରେ ବର୍ଗର ଓ ସାଣ୍ଡଓ୍ବିଚ୍‌ ଦିଆଯାଉଛି। ମନ୍ଦିରରେ ମିଳୁଥିବା ଏହି ପ୍ରସାଦ ସବୁ ବାହାର ଦୋକାନରୁ ନୁହେଁ ବରଂ ମନ୍ଦିରରେ ହିଁ ତିଆରି କରାଯାଉଛି। ପ୍ରତ୍ୟେକ ମନ୍ଦିରରେ ନଡ଼ିଆ, ଲଡ଼ୁ ଆଦି ପ୍ରସାଦ ଦିଆଯାଉଥିବାବେଳେ ଅନେକ ସମୟରେ ଏ ପ୍ରକାର ପ୍ରସାଦ ଖାଇ ଭକ୍ତଙ୍କ ଦେହ ଖରାପ ହେଉଥିବାର ଦେଖାଯାଇଛି। ତେବେ ଭକ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର କର୍ତ୍ତୃପକ୍ଷ ବର୍ଗର ଓ ସାଣ୍ଡଓ୍ବିଚ୍‌ ପ୍ରସାଦ ଭାବେ ବାଣ୍ଟୁଛନ୍ତି।
ପ୍ରତିଦିନ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ନାମ ଓ ସେମାନଙ୍କ ଜନ୍ମ ତାରିଖ ମନ୍ଦିର ରେଜିଷ୍ଟରରେ ଲେଖାହୋଇ ରଖାଯାଏ। ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଜ ଜନ୍ମଦିନରେ ପ୍ରସାଦ ବଦଳରେ କେକ୍‌ ଧରି ଆସନ୍ତି, ଯାହାକୁ ଭକ୍ତଙ୍କୁ ପ୍ରସାଦ ଭାବେ ବଣ୍ଟାଯାଏ।

Share