Categories: ଫୁରସତ

୨ ଦିନ ପୂର୍ବରୁ ଅର୍ଡର କଲେ ମିଳିବ ସାଣ୍ଡଓ୍ବିଚ୍‌

ନୂଆଦିଲ୍ଲୀ: ଅନେକେ ସାଣ୍ଡଓ୍ବିଚ୍‌(ପାଉଁରୁଟି) ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ କିଣି ଖାଇପାରନ୍ତି। ଦାମୀ ରେଷ୍ଟୁରାଣ୍ଟ ଏବଂ ବିଦେଶରେ ସାଣ୍ଡଓ୍ବିଚ୍‌ର ଦର ଅଧିକ ରହିଥାଏ, ଯାହାକୁ ସବୁ ବର୍ଗର ଲୋକେ କିଣିପାରନ୍ତି ନାହିଁ। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ ନ୍ୟୁୟର୍କର ସେରେନଡିପିଟି-୩ ରେଷ୍ଟୁରାଣ୍ଟରେ ଦୁନିଆର ସବୁଠାରୁ ମହଙ୍ଗା ସାଣ୍ଡଓ୍ବିଚ୍‌ ମିଳିଥାଏ, ଯାହାର ମୂଲ୍ୟ ୨୧୪ ପପ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୪ ହଜାର ଟଙ୍କା। ସେହି ସାଣ୍ଡଓ୍ବିଚ୍‌କୁ ଗିନିଜ୍‌ ୱାଲର୍‌ଡ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନିତ କରାଯାଇଛି। ଏଥିସହ ସେହି ରେଷ୍ଟୁରାଣ୍ଟରେ ସବୁଠାରୁ ଦାମୀ ଡେଜର୍ଟ, ହେମ୍‌ବର୍ଗ, ହାଟ୍‌ଡଗ୍‌, ସବୁଠୁ ବଡ଼ ବିବାହ ପାଇଁ କେକ୍‌ ଗିନିଜ୍‌ ରେକର୍ଡ ହାସଲ କରିଛି। ସେଠାକାର ସାଣ୍ଡଓ୍ବିଚ୍‌ର ନାମ ହେଉଛି କୁଇନ୍‌ଟେଷ୍ଟେନ୍‌ଟିଆଲ୍‌ ଗ୍ରିଲ୍ଡ ଚିଜ୍‌। ମୁଖ୍ୟତଃ ଏଥିରେ ବ୍ୟବହୃତ ଛେନା ଇଟାଲିରୁ ଅଣାଯାଏ। ଏକ ଖାସ୍‌ ପ୍ରଜାତିର ଗାଈଙ୍କଠାରୁ ଏହି ଚିଜ୍‌ ତିଆରି ହୁଏ, ଯିଏକି ବର୍ଷକୁ ମାତ୍ର ୨ ମାସ କ୍ଷୀର ଦେଇଥାଏ।

Share