Categories: ଜାତୀୟ

ଆଜି ୫୪ କଳାକାରଙ୍କୁ ମିଳିବ ସଙ୍ଗିତ ନାଟକ ଏକାଡେମୀ ଅମୃତ ଆଓ୍ବାର୍ଡ, ଉପରାଷ୍ଟ୍ରପତି କରିବେ ସମ୍ମାନୀତ

ନୂଆଦିଲ୍ଲୀ,୧୬।୯: ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ୭୫ବର୍ଷରୁ ଅଧିକ ୮୪ କଳାକାରଙ୍କୁ ସଙ୍ଗିତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଂଗୀତ ନାଟକ ଏକାଡେମୀ ଦ୍ୱାରା ଏହି ଭେଟେରାନ କଳାକାରମାନଙ୍କୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ। ଉପରାଷ୍ଟ୍ରପତି ଜଗଦୀପ ଧନଖର ଆଜି ୭୦ପୁରୁଷ ଏବଂ ୧୪ ମହିଳା ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରିବେ। ସେମାନଙ୍କ ମଧ୍ୟରେ ସବୁଠାରୁ ବୟସ୍କ ହେଉଛନ୍ତି ମଣିପୁରର ୧୦୧ ବର୍ଷିୟ ଯୁମନାମ ଜତ୍ର ସିଂ। ପୁରସ୍କାର ତାଲିକାରେ ୯୦ ବର୍ଷରୁ ଅଧିକ ୧୩ ଜଣ ଏବଂ ୮୦ ବର୍ଷରୁ ଅଧିକ ୩୮ଜଣ କଳାକାର ଅଛନ୍ତି । ଦୁଇ ମହିଳା କଳାକାର ଗୌରୀ କୁପସ୍ବାମୀ ଏବଂ ମହାଭାଶିମ ଚିତ୍ତରଂଜନଙ୍କୁ ଏହି ପୁରସ୍କାର ପରେ ଦିଆଯିବ।
ସଂଗୀତ ନାଟକ ଏକାଡେମୀର ସଭାପତି ଡା. ସାା ପୁରେଚା କହିଛନ୍ତି ଯେ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟକୁ ସମ୍ମାନ କରୁଥିବା ଏହି କଳାକାରମାନେ କୌଣସି ଜାତୀୟ ସମ୍ମାନ ପାଇ ନାହାଁନ୍ତି। ଏହି ପୁରସ୍କାର ପାଇଁ ପ୍ରାୟ ୫୦୦ ଆବେଦନ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ଏକାଡେମୀର ସାଧାରଣ ପରିଷଦ ବିଭିନ୍ନ ପାରାମିଟର ଆଧାରରେ ୮୪ ଜଣ କଳାକାରଙ୍କୁ ଚୟନ କରିଥିଲା। ଜାତୀୟ ପୁରସ୍କାର ଆକାରରେ, ତମ୍ବା ପ୍ଲେଟ, ଅଙ୍ଗବସ୍ତ୍ର ବ୍ୟତୀତ ଏହି ବରିଷ୍ଠ କଳାକାରମାନଙ୍କୁ ନଗଦ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ଅସୁସ୍ଥତା ହେଲେ ୧.୫ଲକ୍ଷ ଟଙ୍କା ମଧ୍ୟ ସହାୟତା ଭାବରେ ପ୍ରଦାନ କରାଯିବ।

Share