Categories: ଖେଳ

ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ସଂଗୀତା ଫୋଗଟ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିଥିବା ମହିଳା ରେସଲର ସଂଗୀତା ଫୋଗଟ ହଙ୍ଗେରୀରେ ତ୍ରିରଙ୍ଗା ଉଡାଇଛନ୍ତି। ବୁଦାପେଷ୍ଟରେ ର଼୍ୟାଙ୍କିଙ୍ଗ ସିରିଜ ରେସଲିଂ ଚାମ୍ପିଅନସିପରେ ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚରେ ସଂଗୀତା ହଙ୍ଗେରୀର ଭିକ୍ଟୋରିଆ ବୋରୋସଙ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ସଂଗୀତ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ୫୯ କିଲୋଗ୍ରାମ ବର୍ଗରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି।
ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚରେ ସଂଗୀତା ହଙ୍ଗେରୀ ରେସଲର୍‌ଙ୍କୁ ୬-୨ରେ ପରାସ୍ତ କରିଛନ୍ତି। ସଂଗୀତା ଅଲିମ୍ପିକ ପଦକ ବିଜେତା କୁସ୍ତି ବଜରଙ୍ଗ ପୁନିଆଙ୍କ ପତ୍ନୀ। ନିକଟରେ ସେ ଜନ୍ତରମନ୍ତରରେ ପ୍ରଦର୍ଶନରେ ସାମିଲ ହୋଇଥିଲେ।

Share